ଭଡ଼ା ଘରୁ ମିଳିଲା କନିଷ୍ଠ କିରାଣିଙ୍କ ମୃତଦେହ

add-all

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଲୁକାପାଲି ସ୍ଥିତ ଏକ ଘରୁ ଜଣେ କନିଷ୍ଠ କିରାଣିଙ୍କ ମୃତଦେହ ମିଳିଛି। ତାଙ୍କ ନାଁ କ୍ଷୀରୋଦ ବଳ। ସେ ନାକଟିଦେଉଳ ତହସିଲ ଅଫିସରେ କାର୍ଯ୍ୟ କରୁଥିଲେ।
କ୍ଷୀରୋଦଙ୍କ ପରିବାର ଲୋକେ ସମ୍ବଲପୁରରେ ରହୁଥିଲେ। ସେ ଲୁକାପାଲିରେ ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା। ସେ ଖଟ ଉପରେ ମୁହଁମାଡ଼ି ପଡ଼ିଥିବା ବେଳେ ତାଙ୍କ ଶରୀରର ନିମ୍ନଭାଗ ତଳେ ରହିଥିଲା। ପାଖରେ ଏକ ଷ୍ଟାଣ୍ଡ ଫ୍ୟାନ୍ ଭାଙ୍ଗିରୁଜି ପଡ଼ିଥିଲା।
ସେ ଏମିତି ପଡ଼ିଥିବା ଦେଖି ପାଖ ଘର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ସ୍ଥିତି ଯାଞ୍ଚ କରିଛି। କ୍ଷୀରୋଦଙ୍କ ମୃତ୍ୟୁ କେମିତି ହୋଇଛି, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କରାଣ ଜଣାପଡ଼ିବ।

ad-week
Leave A Reply

Your email address will not be published.