ଆଗାମୀ ୫ବର୍ଷରେ ୫୦ ବର୍ଷର ବିକାଶ ହେବ: ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ବର: ଆକ୍ସନ ମୋଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ୫ବର୍ଷରେ ୫୦ ବର୍ଷର ବିକାଶ ହେବ। ଦୀର୍ଘ ୨୪ବର୍ଷ ପରେ ଶାସନର ପରିବର୍ତ୍ତନ ହୋଇଛି। ଯେଉଁଭଳି ଭାବରେ ଓଡ଼ିଶାର ବିକାଶ ହେବା କଥା ଲୋକଙ୍କ ପାଖରେ ସେବା ପହଂଚିବା କଥା ଲୋକମାନଙ୍କୁ ସାମାଜିକ ନ୍ୟାୟ ମିଳିବା କଥା ମିଳିପାରିଲା ନାହିଁ। ବିଗତ ଦିନରେ ଲୋକମାନେ ବହୁତ କଷ୍ଟ ପାଇଥିଲେ। ଏଥିସହ ଏହି ଲମ୍ବା ସମୟ ମଧ୍ୟରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କଥା ହେବ ଦେଖା କରିବା ଏସବୁ ବହୁତ ପରିମାଣରେ କମିଯାଇଥିଲା। ଲୋକମାନଙ୍କୁ ସିଧାସଳଖ ଲୋଚମାନଙ୍କୁ ଭେଟୁନଥିଲେ। ଏବେ ପରିବର୍ତ୍ତନ ହୋଇଛି। ଲୋକମାନେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବା ଦରକାର ଆଉ ମୁଁ ମଧ୍ୟ ଲୋକମାନଙ୍କ ସହ ଭେଟିବାକୁ ଚାହୁଁଛି। ଯେହେତୁ ମୁଁ ସାଧାରଣ ସ୍ତରରୁ, ତୃଣମୂଳ ସ୍ତରରୁ ଆସିଛି। ତୃଣମୂଳ ସ୍ତରର ଲୋକଙ୍କ ସହ ମିଶିବାକୁ ପଡ଼ିବ। ସେମାନଙ୍କ କଥା, ସମସ୍ୟା ଶୁଣିବାକୁ ପଡ଼ିବ। ଏବେ ଲୋକ ପିପୁଲ୍ସ ସିଏମ ପାଇଛନ୍ତି। ଲୋକଙ୍କଠାରୁ ବିଭିନ୍ନ ପରାର୍ମଶ ମିଳୁଛି। ଆଗାମୀ ୫ବର୍ଷରେ ୫୦ ବର୍ଷର ବିକାଶ ହେବ। ଯାହା ବି ଆସିଛନ୍ତି ଲୋକମାନେ ତାଙ୍କ ଖୁସି ନେଇ ଆସିଛନ୍ତି। ସମସ୍ତଙ୍କୁ ଧନ୍ୟବାଦ ମୋ ଉପରେ ଆଶା କରକିଛନ୍ତି। ନିଶ୍ଚିତ ଭାବରେ ସେମାନଙ୍କ ଆଶା ପୁରଣ କରିବି।

ad-week
Leave A Reply

Your email address will not be published.