ହରଭଙ୍ଗାରେ ଭୟାବହ ଅଗ୍ନିକାଣ୍ଡ: ବୃଦ୍ଧା ଅର୍ଦ୍ଧଦଗ୍ଧ, ଡାକ୍ତରଖାନାରେ ଭର୍ତ୍ତି

add-all

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ମଥୁରା ଗାଁରେ ମଧ୍ୟରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରାତିରେ ଘରେ ଜଣେ ୯୦ ବର୍ଷୀୟ ବୃଦ୍ଧା ଶୋଇଥିବା ସମୟରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଏହି ଭୟାବହ ଅଗ୍ନିକାଣ୍ଡରେ ଘରେ ଶୋଇଥିବା ୯୦ ବର୍ଷୀୟ ବୃଦ୍ଧାଙ୍କ ୮୦ ଭାଗ ପୋଡ଼ି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ଦୁଇ ବଖରା ଘର ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି।

ad-week
Leave A Reply

Your email address will not be published.