ସର୍ବାଧିକ ଆୟ କରୁଥିବା ପ୍ରଥମ ୫ ଷ୍ଟେଶନ ମଧ୍ୟରେ ଓଡ଼ିଶାର ୪ ଷ୍ଟେଶନ

add-all

ଭୁବନେଶ୍ୱର,୧୬।୬: ପୂର୍ବତଟ ରେଳପଥର ସର୍ବାଧିକ ଆୟ କରୁଥିବା ୨୦ଟି ଷ୍ଟେଶନ ତାଲିକାରେ ପ୍ରଥମ ୫ଟି ଷ୍ଟେଶନ ମଧ୍ୟରୁ ଓଡ଼ିଶାର ୪ଟି ଷ୍ଟେଶନ ସ୍ଥାନ ପାଇଛି । ଗତ ଆର୍ଥିକ ବର୍ଷରେ ୨୦୨୩ ମସିହା ଏପ୍ରିଲ ମାସ ୧ ତାରିଖରୁ ୨୦୨୪ ମସିହା ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଭୁବନେଶ୍ୱର ରେଳଷ୍ଟେଶନ ୪୯୩କୋଟିରୁ ଊଦ୍ଧ୍ୱର୍ ଟଙ୍କା ରୋଜଗାର କରି ଦ୍ୱିତୀୟ ସର୍ବାଧିକ ଆୟ କରୁଥିବା ଷ୍ଟେଶନ ସ୍ଥାନ ପାଇଛି।

ପୂର୍ବତଟ ରେଳବାଇର ବିଶାଖାପାଟନମ ରେଳ ଷ୍ଟେଶନ ସର୍ବାଧିକ ଆୟ ତାଲିକାରେ ପ୍ରଥମ ସ୍ଥାନରେ ରହିଥିବା ଏକ ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି । ଗତ ଆର୍ଥିକ ବର୍ଷରେ ପୁରୀ ତୃତୀୟ, ବ୍ରହ୍ମପୁର ଚତୁର୍ଥ ଏବଂ କଟକ ପଞ୍ଚମ ସର୍ବାଧିକ ଆୟକାରୀ ଷ୍ଟେଶନ ତାଲିକାରେ ରହିଥିବା ଜଣାପଡିଛି ।

ad-week
Leave A Reply

Your email address will not be published.