ଘାଟିରେ ପାହାଡ଼କୁ ପିଟିଲା ବସ୍‌; ୧୫ ଆହତ

add-all

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମଡ଼ା ନିକଟରେ ବସ୍ ଦୁର୍ଘଟଣା। ଘାଟିରେ ପାହାଡ଼କୁ ପିଟିଲା ରାଜ୍ୟ ସରକାର ବସ୍‌। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅ‌ନୁସାରେ ବସ୍‌ଟିରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ପଙ୍କଡ଼ିହିରୁ ଗୁରୁଣ୍ଡିଆ ଦେଇ ବଣାଇ ଅଭିମୁଖେ ଆସୁଥିବା ବେଳେ ଘାଟିରେ ଥିବା ପାହାଡ଼ରେ ପିଟି ହୋଇଥିଲା ଓଏସଆରଟିସି ବସ। ତେବେ ଘାଟିରେ ହଠାତ୍ ବ୍ରେକ୍‌ ଫେଲ୍ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.