କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

add-all

ଭୁବନେଶ୍ୱର : କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର କ୍ରୀଡ଼ା ବ୍ୟବସ୍ଥା ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ପୂର୍ବାହ୍ନ ୧୦ ଘଟିକା ସମୟରେ କ୍ରୀଡ଼ା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର. ଭିନୀଲ କ୍ରିଷ୍ଣା, ସ୍ୱତନ୍ତ୍ର ଶାସନ ସଚିନ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଓ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି କ୍ରୀଡ଼ା ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ I ପରେ କ୍ରୀଡ଼ା ମନ୍ତ୍ରୀ ଷ୍ଟାଡିୟମର ବିଭିନ୍ନ ସୁବିଧା ଓ ଭିତ୍ତିଭୂମି ପରିଦର୍ଶନ କରିଥିଲେ।

କ୍ରୀଡ଼ା ସଚିବ ଶ୍ରୀ ଆର. ଭିନୀଲ କ୍ରିଷ୍ଣା ଓଡ଼ିଶାର କ୍ରୀଡ଼ା ଯାତ୍ରା ସମ୍ପର୍କରେ ଆଲୋକପାତ କରିବା ସହ ବିଗତ ବର୍ଷଗୁଡ଼ିକରେ ରାଜ୍ୟ ସରକାରଙ୍କ ପଦକ୍ଷେପ, ଉପଲବ୍ଧି ଓ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ସୁରଜ କ୍ରୀଡ଼ା ଇକୋସିଷ୍ଟମର ବିଭିନ୍ନ ଦିଗର ସମୀକ୍ଷା କରିବା ସହ ତୃଣମୂଳ ସ୍ତରର କ୍ରୀଡ଼ା ବିକାଶ ଏବଂ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କ ସାମଗ୍ରିକ ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ I

ଏହି ଅବସରରେ ୨୦୨୪ ଜୁନ୍ ୨୧ ତାରିଖରେ ସମଗ୍ର ରାଜ୍ୟରେ ସାମୂହିକ ସ୍ତରରେ ପାଳନ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ସମୀକ୍ଷା କରିଥିଲେ। ଯୋଗ ସମ୍ପର୍କରେ ସଚେତନ କରିବା ଏବଂ ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏହି କାର୍ଯ୍ୟକ୍ରମକୁ ରାଜ୍ୟର ପ୍ରମୁଖ ତଥା ଐତିହାସିକ ସ୍ଥାନରେ ଆୟୋଜନ କରାଯିବ । ଏଥି ସହିତ ଜିଲ୍ଲା, ବ୍ଲକ ଏବଂ ପୌରାଞ୍ଚଳ ମାନଙ୍କରେ ପାଳନ କରିବା ନେଇ ଆଲୋଚନା ହୋଇଥିଲା I

ad-week
Leave A Reply

Your email address will not be published.