ମୁଖ୍ୟଚିକିତ୍ସାଳୟ ମେଡିସେନ ୱାର୍ଡ଼ ମହିଳା ଶୌଚାଳୟରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ମେଡିସେନ ୱାର୍ଡ଼ର ମହିଳା ସୌଚାଳୟରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର। ମେଡିସେନ ୱାର୍ଡ଼ ମଧ୍ୟରେ ଥିବା ମହିଳା ସୌଚାଳୟ କୁ ଆଜି ଜଣେ ସୁଇପର ସଫା କରିବାକୁ ଯାଇଥିବା ବେଳେ ଗୋଟିଏ ନବଜାତ ଶିଶୁ କନ୍ୟାର ମୃତଦେହ ପଡିଥିବା ଦେଖି ସଙ୍ଗେ ସଙ୍ଗେ ମେଡିକାଲ କତୃପକ୍ଷଙ୍କୁ ସୂଚନା ଦେଇଥିଲେ। ମେଡିକାଲ କର୍ତୃପକ୍ଷ ଏନେଇ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିବା ପରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ ଟିର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଶିଶୁଟି ର କେଉଁ କାରଣରୁ ମୃତ୍ୟୁ ହେଲା କିଏ ଏଠାରେ ପକାଇ ଚାଲିଗଲା ତାହାର କୌଣଷି ସୂଚନା ମିଳିନଥିବା ବେଳେ ଟାଉନ ଥାନା ପୋଲିସ ଏନେଇ ୨୮/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ଅଧିକାରୀ ସରୋଜ ସାହୁଙ୍କ ଠାରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.