ଶାଳପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆ, ଆଭାସୀ ମାସିକ ସାହିତ୍ୟ ଆସର ଭାଗ – ୧୦

add-all

ଫୁଲବାଣୀ : ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ଦଶମ ଆଭାସୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଗ୍ରୀଷ୍ମପ୍ରବାହର ସୃଜନୀ କାର୍ଯ୍ୟକ୍ରମ ଶାଳପର୍ଣ୍ଣୀର ମୁଖ୍ୟ ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ପାତ୍ରଙ୍କ ସଭାପତିତ୍ବରେ ଆରମ୍ଭ ହୋଇଥିଲା ।ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ ଲୋକ ସଂସ୍କୃତି ଗବେଷକ ତଥା ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ପରମେଶ୍ବର ମୁଣ୍ଡ ଯୋଗ ଦେଇଥିଲେ। ଆଲୋଚ୍ୟ ପ୍ରସଙ୍ଗ “ଉତ୍କଳୀୟ ପରମ୍ପରାରେ ରଜ” ଅତିଥି ପରିଚୟ ଡ.ବିରଞ୍ଚି ନାରାୟଣ ସାହୁ କରିଥିଲେ। ଉକ୍ତ ଆଲୋଚନାରେ ଶ୍ରୀଯୁକ୍ତ ଅନୁଜମୋହନ ପ୍ରଧାନ,ଶ୍ରୀ ଯୁକ୍ତ ପ୍ରଣବ ପାଟ୍ଟଯୋଶୀ ମଧ୍ୟ ରଜ ସମ୍ପର୍କରେ ଆଲୋଚନା କରିଥିଲେ । ଆସରର ଦ୍ବିତୀୟ ପର୍ଯ୍ୟାୟ କବିତା ସଂଯୋଜନା ପର୍ବ ଶ୍ରୀ ମତୀ ପ୍ରଜ୍ଞା ପାରମିତା ସାହୁ ଏବଂ ଶ୍ରୀମତୀ ସ୍ବାଗତିକା ସାହୁ ତୁଲାଇଥିଲେ।ଦଶମ ଆସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୨ଜଣ କବି କବୟିତ୍ରୀ ଯୋଗ ଦେଇଥିଲେ।ସ୍ନେହା ବେହେରା,ରାକେଶ ମହାନ୍ତି, ତପସ୍ବିନୀ ବେଣୀଆ, ସୈ।ଦାଗର ସିସା, ଶ୍ରୀମତୀ ସ୍ବାଗତିକା ସାହୁ,ଶ୍ରୀମତୀ ପ୍ରଭାତୀ ପାତ୍ର, ଶ୍ରୀ ଯୁକ୍ତ ଅନୁଜ ମୋହନ ପ୍ରଧାନ, ଶ୍ରୀ ଯୁକ୍ତ ଆଶିଷ କୁମାର ବେହେରା, ହେମନ୍ତ ନାଏକ,ଡ.ଷର୍ମିଷ୍ଠା ମହାପାତ୍ର, ଡ.ମଧୁମିତା ଷଡଙ୍ଗୀ,ଡ.ଚାରୁପ୍ରଭା ନାୟକ,ସନ୍ଧ୍ୟା ମହାପାତ୍ର, ଅନୁସୟା କହର, କବିତା ପାଠ କରିଥିଲେ।ଆସରର ପରିସମାପ୍ତିରେ ଔପଚାରିକ ଭାବେ ଅନୁଷ୍ଠାନର ମାର୍ଗଦର୍ଶୀକା ଡ.ମଧୁମିତା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.