ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମର ୧୧ ବର୍ଷ ପୂର୍ତ୍ତି

newyr25

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ସାହାଯ୍ୟ କାରି ଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ କିଟ ଓ କିସ ୟୁନିଭରସିଟି ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମର ୧୧ ବର୍ଷ ପୂର୍ତ୍ତି ଅବସରରେ ଆଜି ଦେଶ ବିଦେଶର ବିଭିନ୍ନ କୋଣ ଅନୁକୋଣରେ ଏହି କାର୍ଯ୍ୟକ୍ରମ ପାଳନ ହେଉଛି l ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ପବ୍ଲିକ ସ୍କୁଲ ସମ୍ମିଳନୀ କକ୍ଷରେ ଛତ୍ରପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସହଯୋଗ ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥି ଭାବେ ଛତ୍ରପୁର ସହର ସ୍ଥିତ ୟୁରୋ ସ୍କୁଲର ମୁଖ୍ୟ ତଥା ବରିଷ୍ଠ ଆଇନ ଯିବି ରଞ୍ଜନ କୁମାର ମହାପାତ୍ର, ପବ୍ଲିକ ସ୍କୁଲର ସମ୍ପାଦକ ପ୍ରଫୁଲ୍ଲ ପଟ୍ଟନାୟକ, ପ୍ରାଧ୍ୟାପକ ଡ଼. ଭି. ଆର. ରାଜୁ, ବରିଷ୍ଟ ଆଇନଜୀବୀ ପଦ୍ମ ଚରଣ ସାହୁ, ପୂର୍ବତନ କାଉନସିଲର ବି. ରାଜୁବାବୁ, ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ତଥା ୧୦ ନମ୍ବର ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ବରିଷ୍ଟ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ କିଟ ଓ କିସ ର ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଙ୍କ ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ l ଏହି ଅବସରରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ରୋଗୀ ଙ୍କୁ ଫଳ ବଣ୍ଟନ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସରୋଜ କୁମାର ସାମଲ, ସନ୍ତୋଷ କୁମାର ସାହୁ, ରବୀନ୍ଦ୍ର ନାଥ ପଣ୍ଡା, ପ୍ରଶାନ୍ତ ମହାରଣା, ଉମାକାନ୍ତ ବେହେରା, ପ୍ରଦୀପ କୁମାର ସାହୁ, କିଶୋର ଚନ୍ଦ୍ର ମହାନ୍ତି, ବସନ୍ତ କୁମାର ମହାରଣା, କୃଷ୍ଣ ପ୍ରସାଦ ମହାପାତ୍ର, ଅଟଳ ବିହାରୀ ପଟ୍ଟନାୟକ, ଭଗବାନ ଦାଶ, ମନୋଜ କୁମାର ତ୍ରିପାଠୀ, ଅଜିତ କୁମାର ସେଠି, ରାଜେଶ କୁମାର ମିଶ୍ର, ଗୌର ହରି ପଣ୍ଡା, ଅଶୋକ କୁମାର ରଥ, ଗୌର ପ୍ରସାଦ ମହାପାତ୍ର, ଏନ. ରାଜେନ୍ଦ୍ର, ବିଜୟଲକ୍ଷ୍ମୀ ମହାଙ୍କୁଡ, ମୁନା ବେହେରା, ଏନ. ଦୀନବନ୍ଧୁ, ସୁବ୍ରତ ପଢିଆରି, ସିମାଞ୍ଚଳ ପ୍ରଧାନ, ଜିତେନ୍ଦ୍ର ନାୟକ, ଦିଲ୍ଲୀପ କୁମାର ସାମଲ, ନିରଞ୍ଜନ ରାଉଳ, ମଦନ ପାଢ଼ୀ, ନୀଳକଣ୍ଠ ଦାଶ, ଅକ୍ଷୟ ମହାପାତ୍ର, ସୁଧୀର କୁମାର ସାହୁ, ସୁଧୀର କୁମାର ନାହାକ ପ୍ରମୁଖ ଉପସ୍ଥିତ ଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ସାହିତ୍ୟିକ ତଥା କବି ପ୍ରଶାନ୍ତ କୁମାର ଶତପଥୀ ପରିଚାଳନା ରେ ସହଯୋଗ କରିଥିଲେ l

Leave A Reply

Your email address will not be published.