
ଔଷଧ ସାଲାଇନ ବାହାରୁ କିଣିବାକୁ ପଡୁଛି…
ବ୍ରହ୍ମପୁର : ସହରାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଆସିକା ପୌରାଞ୍ଚଳରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗତ ୦୨/୧୦/୨୨ ରେ ଖୋଲାଯାଇଥିଲା।ଗତ ୧୮ ମାସ ମଧ୍ୟରେ ଅନେକ ସମସ୍ୟା ଘେରରେ ରହିଥିବା ଜଣାପଡ଼ିଛି।ବର୍ତ୍ତମାନ ଏହି ମେଡିକାଲ ରେ କାଲସିୟମ, ଭିଟାମିନ, ଆଇରନ ବଟିକା, ସାଲାଇନ ସହିତ ଅଣ ସଂକ୍ରମିତ ରୋଗୀ ମାନଙ୍କ ନିମନ୍ତେ ସୁଗାର ପରୀକ୍ଷା ଯନ୍ତ୍ର ମଧ୍ୟ ଉପଲବ୍ଧ ନଥିବା ନେଇ ରୋଗୀମାନେ ଅଭିଯୋଗ କରିଛନ୍ତି।
ପ୍ରକାଶ ଥାଉକି ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉପରେ ଦୈନିକ ୯୦ ରୁ ୧୦୦ ଜଣ ରୋଗୀ ସାଧାରଣ ଚିକିତ୍ସା ନିମନ୍ତେ ଆସିଥାନ୍ତି।ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ସକାଳ ୦୮ ଘଣ୍ଟ ରୁ ଆରମ୍ଭ ହୋଇ ୧୧ ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୦୫ ରୁ ଆରମ୍ଭ ହୋଇ ୦୭ ଘଣ୍ଟ ପର୍ଯ୍ୟନ୍ତ ଖୋଲା ରହି ରୋଗୀ ସେବା କରାଯାଉଛି। ପ୍ରତି ମାସରେ ପ୍ରାୟ ୨୪୦୦ ରୁ ୨୬୦୦ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନଙ୍କୁ ମାଗଣା ଔଷଧ ପ୍ରଦାନ କରିବା ସ୍ୱାସ୍ଥ୍ୟ ବିଭାଗ ର ନିୟମ ରହିଛି। ବର୍ତ୍ତମାନ କିଛି ଦିନ ହେଲା ପର୍ଯ୍ୟାପ୍ତ ପରିମାଣ ର ଔଷଧ ଗଛିତ ନଥିବା ହେତୁ କେତେକ ରୋଗୀ ଙ୍କୁ ଆବଶ୍ୟକ ସଲାଇନ ଏବଂ ଔଷଧ ଦେବା ସମ୍ଭବ ହୋଇ ପାରୁ ନାହିଁ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି। କେବଳ ଏହି ମେଡିକାଲ ରେ ଔଷଧ, ସାଲାଇନ ନାହିଁ ତାହା ନୁହଁ ଆହୁରି ଏଠାରେ ଫ୍ରିଜ ର ବ୍ୟବସ୍ତା ନାହିଁ କିମ୍ବା ବିଭିନ୍ନ ପରୀକ୍ଷା ପାଇଁ ଆନାଲାଇଜର ମେସିନ ମଧ୍ୟ ନାହିଁ। ତେଣୁ ବହୁତ ରୋଗୀ ସ୍ୱାସ୍ଥ୍ୟ ସେବା ପାଇବାରେ ବିଫଳ ହେଉଛନ୍ତି। ସବୁଠାରୁ ବଡ଼ କଥା ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ସୂଚାନା ବୋର୍ଡ ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ। ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଅଧିକାରୀ ଙ୍କୁ ଔଷଧ ସମ୍ପର୍କ ରେ ପଚାରିବାରୁ ସେ କହିଥିଲେ ଆମ ପାଖକୁ ଆସିଲେ ଆମେ ସାଲାଇନ ଔଷଧ ଦେବୁ ହାଟପଦା ରେ ଚିକିତ୍ସା ଔଷଧ ନେବ ଉପଖଣ୍ଡ ଚିକିତ୍ସାଳୟ ରୁ କି ବୋଲି ଲୋକେ କହୁଛନ୍ତି।ମେଡିକାଲ ର ସମସ୍ୟା ସମ୍ପର୍କ ରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (ଡିପିଏମ )ଶ୍ୟାମ ସୁନ୍ଦର ତ୍ରିପାଠୀ ଙ୍କୁ ପଚାରିବାରୁ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ଆଉ ଏହି ସୁବିଧା ଉପଲବ୍ଧ ହେବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି। ମେଡ଼ିସିନ ସମ୍ବନ୍ଧରେ ଜିଲ୍ଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ପଣ୍ଡା ଙ୍କୁ ପଚାରିବାରୁ ସେ କହିଲେ ଶୀଘ୍ର ଔଷଧ ପହଂଚାଇବା ବ୍ୟବସ୍ଥା କରାଯିବ।ଏଥି ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରି ତୁରନ୍ତ ଧ୍ୟାନ ଦେବାକୁ ଆସିକା ପୌରାଞ୍ଚଳ ଉପାଧ୍ୟକ୍ଷା ଏବଂ କେତେକ କାଉନସିଲର ଦାବୀ କରିଛନ୍ତି।ଶୀଘ୍ର ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ବିଫଳ ହେଲେ ମେଡିକାଲ ଆଗରେ ଧାରଣା ଦେବେ ବୋଲି ନିର୍ବାଚିତ ପ୍ରତିନିଧି କହିଛନ୍ତି।