ବାସି ମିଠାଖାଇ ୨୮ ଗୁରୁତର, ଅଧିକାଂଶ ଶିଶୁ

add-all

ସୁବର୍ଣ୍ଣପୁର : ବାହାଘର ମିଠା ଖାଇ ୨୮ ଜଣ ଅସୁସ୍ଥ ହୋଇଯାଇଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କୁଶାମାଲ ଗାଁରେ। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।
୧୨ ତାରିଖରେ ଡୁଙ୍ଗୁରିପାଲି ଥାନା କୁଶାମାଲ ଗାଁରେ ବିବାହରେ ମିଠା ତିଆରି ହୋଇଥିଲା। ମିଠା ତିଆରି ହେବାର ୬ ଦିନପରେ ବାସି ମିଠାକୁ ଗାଁରେ ବାଣ୍ଟିଥିଲେ। ମିଠା ଗୁଡ଼ିକ ୬ଦିନର ହେଇଥିବାରୁ ସେ ଗୁଡ଼ିକ ଖରାପ ହୋଇଯାଇଥିଲା। ସେଇ ମିଠାକୁ ଖାଇ କୁଶାମାଲ ଗାଁର ମୋଟ ୨୮ ଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେଥି ମଧ୍ୟରୁ ୧୭ ଜଣ ହେଉଛନ୍ତି ଶିଶୁ ଓ ୫ ଜଣ ବଡ଼ ଲୋକଥିବା ଜଣାପଡ଼ିଛି।
ଅସୁସ୍ଥ ମାନଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଅନ୍ୟ ୬ ଜଣ ସମାନ୍ୟ ଅସୁସ୍ଥଥିବାରୁ ସେମାନେ ଗାଁରେ ରହି ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ପାଖକୁ ଡୁଙ୍ଗୁରିପାଲି ଡାକ୍ତରଖାନାର ଏକ ଡାକ୍ତରୀ ଟିମ୍ ପହଞ୍ଚି ସେମାନଙ୍କର ଚିକିତ୍ସା କରିବା ସହିତ ସ୍ଥିତି ଅନୁଧ୍ୟାନ କରିଥିଲେ।

ad-week
Leave A Reply

Your email address will not be published.