ସରପଞ୍ଚ ହେବାକୁ ଶେଷ ଇଚ୍ଛା – ସିଦ୍ଧାନ୍ତ

add-all

ଭୁବନେଶ୍ୱର : ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢିବା ସହ ଜିତିବା ପରେ ବିଧାୟକ ଭାବେ ଶପଥ ଗ୍ରହଣ ପାଇଁ ଆଜି ବିଧାନସଭାକୁ ଆସିଥିଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ବିଧାନସଭା ପ୍ରଥମ ଦିନରେ ବିଜେପି ବିଧାୟକ ସିଦ୍ଧାନ୍ତଙ୍କ ପ୍ରତିକ୍ରିୟା ମିଳିଛି। ସରପଞ୍ଚ ହେବାକୁ ଶେଷ ଇଚ୍ଛା ବୋଲି କହିଲେ ସିଦ୍ଧାନ୍ତ ମହାପାତ୍ର। ସାଂସଦ ଭାବେ ଅନୁଭୂତି ଥିଲା, ଏବେ ବିଧାୟକ ହେଲି। ଶେଷ ଇଚ୍ଛା ଅଛି, ଥରେ ସରପଞ୍ଚ ହେବି ବୋଲି କହିଲେ ସିଦ୍ଧାନ୍ତ।
ସୂଚନା ଯୋଗ୍ୟ, ବିଧାନସଭାକୁ ସାଇକେଲରେ ଆସିଥିଲେ ସିଦ୍ଧାନ୍ତ ମହାପାତ୍ର। ସାଇକେଲରେ ଆସିବା ସହ ସେ ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଇଥିଲେ। ପାଖ ସ୍ଥାନକୁ ଯିବା ଆସିବା ପାଇଁ ସାଇକେଲ ବ୍ୟବହାର କରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି। ବିଧାନସଭାଠାରୁ ମାତ୍ର ୧କି.ମି କିମ୍ବା ୨କି.ମି ମଧ୍ୟରେ ତାଙ୍କର ଘର ହୋଇଥିବାରୁ ସେ ଏଥିପାଇଁ ସାଇକେଲରେ ଆସିଥିବା କହିଛନ୍ତି। ଅନ୍ୟ ନେତା ଓ ମନ୍ତ୍ରୀଙ୍କୁ ମଧ୍ୟ ଏପରି କରିବା ସେ ଅପିଲ୍‌‌ କରିଛନ୍ତି। ପୂର୍ବରୁ ସାଂସଦ ରହିବା ପରେ ଏଥର ବିଜେଡି ଛାଡି ବିଜେପିରେ ଯୋଗ ଦେଇ ଦିଗପହଣ୍ଡି ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟ ହୋଇଥିଲେ ସିଦ୍ଧାନ୍ତ। ଅନେକ ସମୟରେ ସିଦ୍ଧାନ୍ତଙ୍କୁ ଭୁବନେଶ୍ୱର ସହରରେ ସାଇକେଲ ଚଳାଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥାଏ।

ad-week
Leave A Reply

Your email address will not be published.