ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ “ଟେବୁଲ ଟପ୍ ଏକ୍ସରସାଇଜ” ବୈଠକ ଅନୁଷ୍ଠିତ…

add-all

ସୁନ୍ଦରଗଡ଼, ୧୮/୦୬: ସମ୍ଭାବ୍ୟ ବିପର୍ଯ୍ୟୟ ପରିସ୍ଥିତି ର ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ “ଟେବୁଲ୍ ଟପ୍ ଏକ୍ସରସାଇଜ” ବୈଠକ ଆଜି ସଦଭାବନା ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ବିଭିନ୍ନ ବିଭାଗ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥାପନା କରିଥିଲେ । ବିଶେଷ କରି ବିପର୍ଯ୍ୟୟ ସମୟ ରେ ପୁନରୁଦ୍ଧାର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା, ପୀଡ଼ିତ ଜନସାଧାରଣଙ୍କର ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତରିତ କରିବା ଏବଂ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ବୈଠକ ରେ ଗୁରୁତ୍ଵାରୋପ କରାଯାଇଥିଲା। ସେହିପରି ସମସ୍ତ ଡ୍ରେନ ଗୁଡ଼ିକର ସଫେଇ, ଆଶ୍ରୟ ଗୃହ ଆଦି ର ଚିହ୍ନଟ ଏବଂ ପ୍ରସ୍ତୁତି, ଖରାପ ହୋଇଥିବା ନଳ କୁପ ଆଦି ର ମରାମତି, ବିଶୁଦ୍ଧ ପାନୀୟ ଜଳ ଯୋଗାଣ , ବିଦ୍ୟୁତ୍ ବ୍ୟବସ୍ଥା, ବଜାର ଖାଦ୍ୟ ର ମାନ ନିୟମିତ ଭାବେ ଖାଦ୍ୟ ନିରୀକ୍ଷକ ଙ୍କ ଦ୍ଵାରା ତଦାରଖ କରିବା, ସମସ୍ତ ହସ୍ପିଟାଲ ମାନଙ୍କରେ ଆବଶ୍ୟକୀୟ ଔଷଧ, ସାପ କାମୁଡା ଔଷଧ ମହଜୁଦ ରଖିବା, ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତର କରିବା ଓ ତାଙ୍କ ପାଇଁ ଆବଶ୍ୟକୀୟ ଖାଦ୍ୟ ପଦାର୍ଥ ମହଜୁଦ ରଖିବା, ଟୀକାକରଣ, ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମା ଗୃହ କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବା, ସମ୍ଭାବ୍ୟ ବିପର୍ଯ୍ୟୟ ନେଇ ଜନ ସଚେତନତା ସୃଷ୍ଟି କରିବା ଉପରେ ଆଲୋଚନା କରିଥିଲେ। ସେହିଭଳି ଅଗ୍ନିଶମ ବିଭାଗ ଏବଂ ଓଡରାଫ ର ଅଧିକାରୀ ମାନେ ଉଦ୍ଧାର କାର୍ଯ୍ୟ କିଭଳି କରିବେ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ସେମାନଙ୍କ ନିକଟରେ ମହଜୁଦ ଥିବା ମେସିନ ଗୁଡ଼ିକ ଉପରେ ମଧ୍ୟ ଉପସ୍ଥାପନା କରିଥିଲେ।


ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କହିଥିଲେ ଏବଂ ସମସ୍ତେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ରାଜ୍ୟ ପର୍ଯ୍ୟବେକ୍ଷକ ତଥା ରାଜସ୍ବ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କେନ୍ଦ୍ର, ଭୁବନେଶ୍ୱର (ROTI) ର ପ୍ରଶିକ୍ଷକ ଶ୍ରୀ ପାୱାଙ୍ଗ ତାମାଙ୍ଗ ବୈଠକ ରେ ଯୋଗ ଦେଇ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମସ୍ତ ପ୍ରକାର ର ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ ଏବଂ ଆବଶ୍ୟକୀୟ ତଥ୍ୟ ଏବଂ ସମସ୍ତ ଙ୍କ ମଧ୍ୟରେ ଉଚିତ୍ ସମନ୍ୱୟ ରହିଲେ ସବୁ ପ୍ରକାର ର ବିପର୍ଯ୍ୟୟ ର ସାମନା ସଫଳତା ର ସହ କରି ହେବ ବୋଲି ସେ କହିଥିଲେ। ବୈଠକ ରେ ପି. ଏ. ଆଇ. ଟି.ଡି. ଏ. ଶ୍ରୀ ଧୀରେନ୍ଦ୍ର ସେଠୀ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରଦୀପ ପ୍ରସାଦ, ଡେପୁଟି କଲେକ୍ଟର ସ୍ମୁତି ସୌମ୍ୟା ଦାସ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସେହିପରି ଆଜି ସମସ୍ତ ବ୍ଲକ୍ ମାନଙ୍କରେ ମଧ୍ୟ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ବ୍ଲକ ସ୍ତର ରେ ମଧ୍ୟ ସମ୍ଭାବ୍ୟ ବିପର୍ଯ୍ୟୟ ର ପରିଚାଳନା କିଭଳି କରିବେ ତାହା ନେଇ ଆଲୋଚନା ହୋଇଥିଲା।

ad-week
Leave A Reply

Your email address will not be published.