କଟକରେ ବିଜେଡିକୁ ଝଟକା: ହାତରୁ ଗଲା ୨ଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ

add-all

କଟକ : ସିଏମସିରେ ବିଜେଡିକୁ ଡବଲ ଝଟକା। ବିଜେଡି ହାତରୁ ଗଲା ୨ଟି ଷ୍ଟାଣ୍ଡିଂ କମିଟି ପଦବୀ। ଏଷ୍ଟାବ୍ଲିସମେଣ୍ଟ କମିଟି ଚେୟାରମ୍ୟାନ ଏବଂ ପ୍ଲାନିଂ ଆଣ୍ଡ ଡେଭଲପମେଣ୍ଟ କମିଟି ଚେୟାରମ୍ୟାନ ପଦବୀ ଛଡ଼ାଇ ନେଇଛନ୍ତି ବିଜେପି ଓ ସ୍ୱାଧୀନ କର୍ପୋରେଟର।
ଏଷ୍ଟାବ୍ଲିସମେଣ୍ଟ କମିଟି ଚେୟାରମ୍ୟାନ ପଦବୀରେ ଥିବା ୫୭ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁଙ୍କୁ ପରାସ୍ତ କରି ବିଜେପିର ୫୧ ନମ୍ବର ୱାର୍ଡ଼ କର୍ପୋରେଟର ରାକେଶ ସାଇଁ ଏଷ୍ଟାବ୍ଲିସମେଣ୍ଟ କମିଟି ଚେୟାରମ୍ୟାନ ହୋଇଛନ୍ତି।
ଏହି କମିଟିରେ ଥିବା ୭ ଜଣ ଭୋଟରଙ୍କ ମଧ୍ୟରୁ ୪ ଜଣ ବିଜେପି କର୍ପୋରେଟରଙ୍କୁ ଭୋଟ ଦେଇଥିଲେ। କମିଟିରେ ୩ ଜଣ ବିଜେଡି, ୨ ଜଣ ବିଜେପି, ଜଣେ କଂଗ୍ରେସ ଓ ଜଣେ ସ୍ୱାଧୀନ କର୍ପୋରେଟର ଭୋଟ ଦେଇଥିଲେ। ବିଜେପି, କଂଗ୍ରେସ ଓ ସ୍ୱାଧୀନ କର୍ପୋରେଟଙ୍କ ଭୋଟ୍ ବିଜେପି ପ୍ରାର୍ଥୀ ତଥା କର୍ପୋରେଟର ରାକେଶ ସାଇଁଙ୍କ ସପକ୍ଷରେ ପଡ଼ିଥିଲା।
ସେହିଭଳି ପ୍ଲାନିଂ ଆଣ୍ଡ ଡେଭଲପମେଣ୍ଟ କମିଟି ଚେୟାରମ୍ୟାନ ପଦବୀରେ ୨୧ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ଅଶୋକ ଶର୍ମାଙ୍କୁ ପରାସ୍ତ କରି ୩ ନମ୍ବର ୱାର୍ଡ ସ୍ୱାଧୀନ କର୍ପୋରେଟର ପ୍ରଦୀପ ସାହୁ ବିଜୟୀ ହୋଇଛନ୍ତି। ଫଳରେ ଏଷ୍ଟାବ୍ଲିସମେଣ୍ଟ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ପଦବୀ ବିଜେପି ହାତକୁ ଯାଇଥିବାବେଳେ ପ୍ଲାନିଂ ଷ୍ଟାଣ୍ଡିଂ କମିଟି ପଦବୀ ସ୍ୱାଧୀନ କର୍ପୋରେଟର ବିଜୟୀ ହୋଇଛନ୍ତି। ଆଜି ୯ଟି ଷ୍ଟାଣ୍ଡିଂ କମିଟି ପଦବୀ ପାଇଁ ସିଏମସିରେ ନିର୍ବାଚନ ହେଉଥିଲା ।

ad-week
Leave A Reply

Your email address will not be published.