ଗଞ୍ଜେଇ ସହ କାର, ମୋଟର ସାଇକଲ ଜବତ ୪ଗିରଫ

add-all

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବଡ଼ଗାଁ ଗ୍ରାମ କନ୍ୟା ଆଶ୍ରମ ନିକଟରେ ଭୋଳା ନାଥ ପଣ୍ଡା ଓ ଏକ ଟିମ୍ ସକାଳ ସମୟରେ ପେଟ୍ରୋଲିଂ କରିବା ସମୟରେ ଗୋଟିଏ ଫର୍ଡ କାର ଓ ଗୋଟିଏ ପଲ୍ସର୍ ଗାଡ଼ିକୁ ଅଟକାଇ ଯାଞ୍ଚ୍ କରିବା ସମୟରେ କାର ଭିତରୁ ୬୩କେଜି ଗଞ୍ଜେଇ ବାହାରିଥିଲା। ଗାଡ଼ିକୁ ଜବତ କରିବା ସହ ୪ଜଣକୁ ଗିରଫ ହୋଇଥିଲେ। ଏହି ଗଞ୍ଜେଇ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ଗ୍ରାମରୁ ରାଉରକେଲା ହୋଇ ଦିଲ୍ଲୀକୁ ଚାଲାଣ ହେଉଥିଲା।ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫୦୦୦୦ଟଙ୍କାରୁ ଉର୍ଦ୍ଧ୍ବ ହେବ। ଗିରଫ ହୋଇଥିବା ୪ଜଣ ଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଓ ଦୁଇ ପୁରୁଷ । ଏମାନଙ୍କ ନାମରେ ଏକ ମାମଲା ନମ୍ବର ୧୪୩/୨୪ ରୁଜୁ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ଥାନା ଭାର ପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସାହୁ।

ad-week
Leave A Reply

Your email address will not be published.