ବଜ୍ରପାତରେ ଦୁଇ ମୃତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରାକ ମୌସୁମୀ ଜଳବାୟୁ ର ପ୍ରବେଶ ଯୋଗୁଁ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ସହ ବିଜୁଳି ପ୍ରକୋପ ଦେଖିବାକୁ ମିଳିଛି । ଗତକାଲି ରାତିରେ ମାଲକାନଗିରି ସଦର ନିକଟ ଚାଲାଣଗୁଡା ପଂଚାୟତ ଅନ୍ତର୍ଗତ ଗନ୍ଧୀପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଆକାଶୀୟ ବିଜୁଳି ମାରିବାରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ସେହିପରି ସେହିସମୟରେ ଅନ୍ୟ ଏକ ସ୍ଥାନ ତଣ୍ଡିକି ପଞ୍ଚୟାତ ର ଗୁଟୁମଗୁଡା ଗ୍ରାମରେ ଆକାଶୀୟ ବିଜୁଳି ମାରିବାରୁ ଗୋଟିଏ ବଳଦର ମୃତ୍ୟୁ ହୋଇଛି l ସୂଚନା ଅନୁଯାଇ ବିଜୁଳି ଆଘାତରେ ଗନ୍ଧୀପାଲି ଗ୍ରାମର ଚେରଙ୍ଗ ଦୁରୁଆ(45) ବର୍ଷ ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ ସେହି ସମୟରେ ଆକାଶୀୟ ବିଜୁଳି ମାରିଥିଲା ଆଖପାଖ ରେ ଥିବା ଲୋକେ ତାଙ୍କୁ ଘରକୁ ଆଣିବା ପରେ ମାଲକାନଗିରି ଚିକିତ୍ସାଳୟକୁ ନେଇ ଯାଇଥିଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ l ସେହିଭଳି ତଣ୍ଡିକି ପଞ୍ଚାୟାତର ଗୁ୍ଟୁମଗୁଡା ଗ୍ରାମ ମଙ୍ଗୁଡୁ ମାଡକାମୀଙ୍କ ଏକ ବଳଦ ଉପରେ ଆକାଶୀୟ ବିଜୁଳିରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି ଦୈଵ ଦୁର୍ବିପାକ ରେ ମୃତ୍ ଚେରଙ୍ଗ ଦୁରୁଆଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ହୋଇଛି l

ad-week
Leave A Reply

Your email address will not be published.