ସମସ୍ୟା ଘେରରେ ସ୍ୱାମୀ ଶିବାନନ୍ଦ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

add-all

ତୁରନ୍ତ ଅଧ୍ୟାପକ ନିଯୁକ୍ତି ପାଇଁ ବିଇଓଙ୍କୁ ଦାବୀପତ୍ର ଦେଲେ ଛାତ୍ରୀ ଛାତ୍ର

ମାଲକାନଗିରି ୨୨/୦୬ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହୁଥିବା ପିଲା ମାନଙ୍କୁ ପାଠ ପଢାଇ ଶିକ୍ଷିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବହୁ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯାଇଛି । ଉକ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ସ୍କୁଲ,କଲେଜ ଗୃହ ନିର୍ମାଣ ସହ ପିଲାଙ୍କ ପାଠ୍ୟ ପୁସ୍ତକ ,ପୋଷାକ,,ଖେଳ ସାମଗ୍ରୀ, ପିଲାଙ୍କୁ ମଧ୍ୟାନ ଭୋଜନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆବଶ୍ୟକୀୟ ସମସ୍ତ ସାମଗ୍ରୀ ନିମନ୍ତେ ସରକାରଙ୍କ ଉଭୟ ଗଣଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ କରାଯାଉଅଛି । କିନ୍ତୁ ବିଡମ୍ବନାର ବିଷୟ ଏବେବି ବହୁ ଶିକ୍ଷାନୁଷ୍ଠାନ ମାନଙ୍କରେ ଆବଶ୍ୟକ ଥିବା ଶ୍ରେଣୀଗୃହ, ଶିକ୍ଷକ ଓ ଅଧ୍ୟାପକଙ୍କ ପଦବୀ ଖାଲି ପଡିଥିବା ଯୋଗୁ ପିଲା ମାନେ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ଠାରେ ଥିବା ସ୍ଵାମି ଶିବା ନନ୍ଦ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରି ଓ ତାଙ୍କ ଅଭିଭାବକ ମାନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଶିକ୍ଷା ବିଭାଗ ପକ୍ଷରୁ ଗତ ୨୦୨୨-୨୩ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀରେ ଉତ୍ତିର୍ଣ ହୋଇଥିବା ପ୍ରାୟ ୧୬୦ ଜଣ ଛାତ୍ର ଛାତ୍ରୀ ସ୍ଥିନୀୟ ସ୍ଵାମି ଶିବାନନ୍ଦ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିଲେ ହେଲେ ଏହି ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ୬ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯାଇଥିଲା । । ଏକାଦଶ ଶ୍ରେଣୀରେ ପିଲାଙ୍କ ପାଠ ପଢା ଶେଷ ହେବା ପରେ ସେମାନେ ପରୀକ୍ଷା ମଧ୍ୟ ଦେଇଥିଲେ ।ଏହାପରେ ସେଠାରେ ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉକ୍ତ ବିଦ୍ୟାଳୟରୁ ଫେରାଇ ନିଆଯାଇଥିଲା ।ବର୍ତ୍ତମାନ ଶିକ୍ଷା ବର୍ଷ ଆରମ୍ଭ ହେବାରୁ ଛାତ୍ର ଛାତ୍ରୀ ମାନେ ଦ୍ବାଦସ ଶ୍ରେଣୀରେ ନାମ ଲେଖାଇବା ସହ ସେମାନେ ନିୟମିତ ବିଦ୍ୟାଳୟକୁ ଯାଇ ନିଜର ଦ୍ବାଦସ ଶ୍ରେଣୀରେ ବସି ପାଠ ପଢିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପିଲାଙ୍କୁ କେହିବି ପାଠ ପଢ଼ାଉ ନଥିଲେ । ହେଲେ ଉକ୍ତ ବିଦ୍ୟାଳୟ ପରିଚାଳନା ଦାଇତ୍ଵରେ ଥିବା ଅଧ୍ୟକ୍ଷ ସରୋଜ କାନ୍ତ ବେହେରାଙ୍କ କହିବା ଅନୁଯାୟୀ ସରକାରଙ୍କ ତରଫରୁ ଚଳିତ ଶିକ୍ଷା ବର୍ଷରେ ଶିକ୍ଷାଦାନ ନିମନ୍ତେ ବର୍ତ୍ତମାନ ସୁଧା ଏକାଦଶ ,ଦ୍ବାଦସ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ନିମନ୍ତେ ସରକାରଙ୍କ ତରଫରୁ ଆବଶ୍ୟକ ଥିବା ଅଧ୍ୟାପକ ପଦବୀରେ କାହାରିକୁ ମଧ୍ୟ ନିଯୁକ୍ତି କରାଯାଇ ନାହିଁ । ଏଣୁ ଆଗାମୀ ଦିନରେ ସରକଙ୍କ ତରଫରୁ ଅଧ୍ୟାପକ ନିଯୁକ୍ତି ହେବା ପରେ ପାଠ ପଢା ଆରମ୍ଭ ହେବ ବୋଲି କହିଛନ୍ତି । ଏନେଇ ଉକ୍ତ ବିଦ୍ୟାଳୟରେ ଦ୍ଵାଦଶ ଶ୍ରେଣୀରେ ନାମ ଲେଖାଇ ଥିବା ସମସ୍ତ ଛାତ୍ର ଛାତ୍ରୀ ମାନେ ଏହି ଘଟଣାକୁ ନେଇ ସମ୍ପୂର୍ଣ ଭାବେ ବ୍ୟତିବ୍ୟସ୍ତ ହୋଇ ପଡିବା ସହ ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଛାତ୍ର ଛାତ୍ରୀମାନେ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀଙ୍କୁ ଭେଟି ବିଦ୍ୟାଳୟରେ ଅଧ୍ୟାପକ ନଥିବା ଯୋଗୁ ପାଠ ପଢାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଏକ ଲିଖିତ ଦାବି ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉଦେଶ୍ୟରେ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଦାନ କରିଛନ୍ତି । ସ୍ଥାନୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ ଗତବର୍ଷ ଆରମ୍ଭ ହୋଇଥିବା ଏକାଦଶ ଶ୍ରେଣୀର ପିଲାଙ୍କୁ ପାଠ ପଢାଇବା ନିମନ୍ତେ ସରକାରଙ୍କ ତରଫରୁ ୬ଜଣ ଅଧ୍ୟାପକ ଅଧ୍ୟାପିକାଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ପଢାପଢା ପରେ ଗତ ଅପ୍ରେଲ ମାସରେ ସେମାନଙ୍କ ଧାର୍ଯ୍ୟ ସମୟ ଶେଷହେବାପରେ ସେମାନେ ଚାଲି ଯାଇଥିଲେ । ଏନେଇ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଦ୍ୟାଳରେ ଆବଶ୍ୟକ ହେଉଥିବା ଅଧ୍ୟାପକ ପଦବୀ ଖାଲି ପଡିଥିବା ଯୋଗୁ ପିଲାଙ୍କ ପାଠ ପଢ଼ାରେ ସମସ୍ୟା ହେଉଥିବା ଓ ତୁରନ୍ତ ଖାଲି ପଡିଥିବା ଅଧ୍ୟାପକ ପଦବୀ ତୁରନ୍ତ ପୂରଣ କରିବାକୁ ଦ୍ଵାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଏକ ଲିଖିତ ଦାବିପତ୍ର ମୋତେ ପ୍ରଦାନ କରିଛନ୍ତି । ବିହିତ କାର୍ଯ୍ୟ।ନୁଷ୍ଠାନ ନିମନ୍ତେ ମୁଁ ଉକ୍ତ ଦାବୀ ପତ୍ରକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଇବି ବୋଲି କହିଥିଲେ ।

ad-week
Leave A Reply

Your email address will not be published.