NEET ପେପର୍‌ ଲିକ୍‌ ମାମଲା: ଦୁଇ ଶିକ୍ଷକ ଅଟକ

add-all

NEET ପରୀକ୍ଷାକୁ ନେଇ ଚାରିଆଡେ ବିବାଦ ଜାରି ରହିଛି। ଏହି ପେପର୍‌ ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ପେପର୍ ଲିକ୍ ମାମଲରେ ବିହାର ପରେ ଏବେ ମହାରାଷ୍ଟ୍ରର ଲିଙ୍କ ସାମ୍ନାକୁ ଆସିଛି। ଧରାପଡିଛନ୍ତି ଦୁଇ ଜଣ ଶିକ୍ଷକ।

ମହାରାଷ୍ଟ୍ରର ଲାତୁରରୁ ଦୁଇଜଣ ଶିକ୍ଷକଙ୍କୁ ନନ୍ଦେଡ ଏଟିଏସ୍‌ ଅଟକ ରଖିଛି। ଉଭୟ ଶିକ୍ଷକ NEET ପେପର୍‌ ଲିକ୍ ମାମଲାରେ ସମ୍ପୃକ୍ତ ଥିବା ଏଟିଏସ୍ ସନ୍ଦେହ କରୁଛି। ସନ୍ଦେହ ଆଧାରରେ ଉଭୟ ଶିକ୍ଷକଙ୍କୁ ଶନିବାର ରାତିରୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

ସୂଚନା ମୁତାବକ, ଅଟକ ଥିବା ଦୁଇ ଶିକ୍ଷକ ହେଲେ ସଞ୍ଜୟ ତୁକାରାମ ଯାଦବ ଓ ଜଲିଲ ଉମରଖାନ ପଠାନ। ଉଭୟ ଲାତୁରରେ ଏକ ଘରୋଇ କୋଚିଂ କ୍ଲାସ୍ ଚଳାନ୍ତି। ଅଭିଯୁକ୍ତ ଶିକ୍ଷକମାନଙ୍କ ମଧ୍ୟରୁ ଜଣେ ଲାତୁର ଏବଂ ଅନ୍ୟଟି ସୋଲାପୁରରେ କାର୍ଯ୍ୟରତ ଥିବା କୁହାଯାଉଛି। ଉଭୟ ଜିଲା ପରିଷଦ ବିଦ୍ୟାଳୟର ଶିକ୍ଷକ ଅଟନ୍ତି।

ଶୁକ୍ରବାର ବିହାର ପୁଲିସ ପେପର୍‌ ଲିକ୍‌ ମାମଲାରେ ଝାରଖଣ୍ଡର ଦେବଘର ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରିଥିଲା। ସେହିପରି ଗତ ମାସରେ ବିହାର ପୁଲିସର ଆର୍ଥିକ ଅପରାଧ ଶାଖା ତଥା ଇଓଡବ୍ଲୁ ପେପର୍‌ ଲିକ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ସିକନ୍ଧର ଯାଦବେନ୍ଦ୍ରଙ୍କ ସମେତ ୧୩ ଜଣଙ୍କୁ ଗିରଫ କରିଥିଲା।

ad-week
Leave A Reply

Your email address will not be published.