ଢେଙ୍କାନାଳ ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ: ଘଟଣାସ୍ଥଳରେ ୨ ମୃତ, ୭ ଗୁରୁତର

add-all

ଢେଙ୍କାନାଳ: ଝାଡ଼ବନ୍ଧଠାରେ ଥିବା ଢେଙ୍କାନାଳ ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ। ମେକାନିକାଲ ଷ୍ଟ୍ରକଚର୍‌ ବା ଯାନ୍ତ୍ରିକ ଢାଞ୍ଚା ଭୁଶୁଡ଼ି ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନା ରହିଛି।

କାରଖାନାରେ ଥିବା ମେକାନିକାଲ ଷ୍ଟ୍ରକଚର ଭୁଶୁଡ଼ି ପଡ଼ିବାରୁ ସେଠାରେ କାର୍ଯ୍ୟରତ ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ଏହି ଘଟଣାକୁ ନେଇ କାରଖାନା ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। କମ୍ପାନୀର ଦାୟିତ୍ୱହୀନତା କାରଣରୁ ଏଭଳି ଘଟଣା ବାରମ୍ବାର ଘଟୁଥିଲାବେଳେ କମ୍ପାନୀ କର୍ତ୍ତୃପକ୍ଷ ଘଟଣାକୁ ଚପାଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଏହାର ପ୍ରତିବାଦରେ କମ୍ପାନୀ ସମ୍ମୁଖରେ ଉତ୍ତେଜନା ଲାଗିରହିଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.