ନାରାୟଣପାଟଣାରେ କୌଣସି ଅଜଣା ରୋଗ ନୁହେଁ ତାହା ହାଡ଼ଫୁଟି, କୌଣସି ମୃତ୍ୟୁ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

add-all

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ କୌଣସି ଅଜଣା ରୋଗ ନୁହେଁ ବରଂ ଯାହା ଫଟୋ ଆସିଛି, ତାହା ହାଡ଼ଫୁଟି ବା ପାଣି ବସନ୍ତ ହୋଇଛି। ଏଠାରେ କୌଣସି ମୃତ୍ୟୁ ହୋଇନାହିଁ। ଏପରି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ଗତକିଛି ଦିନ ହେବ ରାଜ୍ୟରେ ଡିପଥେରିଆ ଯୋଗୁଁ ଅନେକଙ୍କ ଜୀବନ ଗଲାଣି। ସ୍ଥିତି କିପରି ସ୍ୱାଭାବିକ ହେବ ସେନଇ ଘନ ଘନ ବୈଠକ କରାଯାଉଛି। ଏହି ବିଷୟକୁ ନେଇ ରାଜ୍ୟର ୩ ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ଯଦି କିଛି ତ୍ରୁଟି ରହିଛି, ତାକୁ ସମାଧାନ କରି ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିପଥେରିଆ ସ୍ଥାନରେ ଯେପରି ଟିକାକରଣ କରୁଥିବା ଟିମ ପହଂଚି ପାରିବ, ସେନେଇ ବୈଠକେ ଆଲୋଚନା ହୋଇଛି।

ସେହିପରି ସମ୍ବଲପୁରରେ ବିଶୁଦ୍ଧ ଜଳ ଯୋଗାଣ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଅନୁଗୁଳର ଦୁଇଟି ମାମଲା ଜେଇ ବୋଲି ଚୂଡାନ୍ତ ରିପୋର୍ଟ ଆସିନି। ସମ୍ବଲପୁରରୁ ୮୨ଟି ମାମଲା ଆସିଛି। ୩୯ ଜଣଙ୍କୁ ହେପାଟିଟିସ୍-ଏ (Hepatitis-A) ବୋଲି ଚିହ୍ନଟ ହୋଇଛି। ବିଶୁଦ୍ଧ ଖାଦ୍ୟ ଓ ବିଶୁଦ୍ଧ ପାଣି ଯୋଗାଇବାକୁ ଖାଦ୍ୟ ନିରାପତ୍ତା ବିଭାଗକୁ କୁହାଯାଇଛି। ହେଲେ ଏହାର ଉତ୍ସ ଜଣାପଡିନି । ସେହିପରି କୋରାପୁଟ ଜିଲ୍ଲା ନାରାୟଣପାଟଣାରେ କୌଣସି ଅଜଣା ରୋଗ ନୁହେଁ, ଯାହା ଫୋଟୋ ଆସିଛି ତାହା ହାଡ଼ଫୁଟି ଏବଂ କୌଣସି ମୃତ୍ୟୁ ହୋଇନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ad-week
Leave A Reply

Your email address will not be published.