ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି

add-all

ଭୁବନେଶ୍ବର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନୂଆ ପରିକଳ୍ପନା। ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି। ଦ୍ୱୈତ ନଗରୀ କଟକ-ଭୁବନେଶ୍ୱର ସହ ଯୋଡ଼ି ହେବ ପୁରୀ। ବଢ଼ିବ ସହରର ଆକାର। ଏହା ଦ୍ୱାରା ଗମନାଗମନ ସୁବିଧା ସହ ଅର୍ଥନୈତିକ ଅଭିବୃଦ୍ଧି ହେବ। ଆଜି ବିଭାଗ ପକ୍ଷରୁ ଆୟୋଜିତ ସମୀକ୍ଷା ବୈଠକରେ ଏଭଳି କହିଛନ୍ତି ମନ୍ତ୍ରୀ କୁଷ୍ଣଚନ୍ଦ୍ର ମହାପାତ୍ର।
ସେ କହିଛନ୍ତି, ଯଦି ଆମେ ପୁରୀକୁ ଯୋଡ଼ି ପାରିବା, ତା’ହେଲେ ଏହା ଏମିତି ଏକ ସିଟି ହେବ, ଯାହା ବିଶ୍ୱରରେ ୧ ନମ୍ବର ହୋଇପାରିବ। ସେହିଭଳି ସିଟି ପାଇଁ ପରିକଳ୍ପନା କରାଯାଉଛି। ପୁରୀକୁ ଭବିଷ୍ୟତରେ ମେଟ୍ରୋ କରାଯାଇପାରେ। ଆହୁରି ବହୁତ କଥା କରାଯାଇପାରିବ। ସହରଗୁଡ଼ିକର ଯଦି ଉନ୍ନତି ନହେବ, ଟ୍ରାଫିକ୍ ଜାମ୍ ରହୁଥିବ, ପାଣି ଜମା ହେଉଥିବ, ନାଳ ପାଣି ରାସ୍ତାରେ ଯାଉଥିବ ତା’ହେଲେ ଲୋକେ ସମସ୍ୟାର ସମ୍ମୁଖୀନ ହେବେ। ଏ ସବୁ ପରିସ୍ଥିତି ଯେମିତି ଆଗକୁ ସୃଷ୍ଟି ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ବିଶେଷ ଭାବେ ଆଜି ବୈଠକରେ ଆଲୋଚନା ହୋଇଥିଲା।
ଏଥିସହ ଅଫିସରଙ୍କୁ ତାଗିଦ୍ କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି, କେବଳ ଅଫିସରେ ବସି ରୁହନ୍ତୁ ନାହିଁ, ଫିଲ୍‌ଡ ଭିଜିଟ କରନ୍ତୁ। ଦିନକୁ ଅନ୍ତତଃ ୩-୪ ଘଣ୍ଟା ୱାର୍ଡକୁ ଯାଆନ୍ତୁ। ଲୋକଙ୍କ ସମସ୍ୟା ବୁଝନ୍ତୁ। ଅଭିଯୋଗ ଶୁଣନ୍ତୁ। ଅଭିଯୋଗକୁ ଫାଇଲରେ ଚାପି ରଖନ୍ତୁ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।
ଭୁବନେଶ୍ୱର ଇସ୍କନ ପାଖରେ ସବୁବେଳେ ଅଳ୍ପ ବର୍ଷାରେ ପାଣି ଜମୁଛି। କେଉଁ କାରଣରୁ ସେ ସମସ୍ୟା ଉପୁଜିଛି, ତା’ର କିଭଳି ସମାଧାନ ହୋଇପାରିବ, ସେଥିପ୍ରତି ନଜର ଦେବାକୁ ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.