ମାଆ ପିଇଲେ ବିଷ,ଏବଂ ୪ ବର୍ଷର ପୁଅକୁ ବି ପିଆଇ ଦେଲେ…

add-all

ବାରିପଦା : ମାଆ ନିଜେ ବିଷ ପିଇଲେ। ଆଉ ନିଜର ୪ ବର୍ଷର ପୁଅକୁ ବିଷ ପିଆଇ ଦେଲେ। ଉଭୟ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ତେବେ କ’ଣ ପାଇଁ ବିଷ ପିଇଲେ, ତାହା ଜଣାପଡ଼ି ନାହିଁ। ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏପରି ଦୁଃଖଦ ଖବର।
ଉଦଳା ଥାନା ନାବରା କଲୋନୀରେ ବାସ କରନ୍ତି ଆଲୋକ ବାଘଡା। ଆଜି ସକାଳେ ଦିନ ମଜୁଆରୀଆ କାମ କରିବା ପାଇଁ ସେ ଯାଇଥିଲେ। ମଧ୍ୟାହ୍ନରେ ଘରକୁ ଫେରି ପତ୍ନୀ ସବିତାଙ୍କୁ ଖାଇବା ପାଇଁ ଭାତ ମାଗିଥିଲେ। ସବିତା ତାଙ୍କ ସ୍ୱାମୀଙ୍କୁ ପଖାଳ ବାଢ଼ି ଖାଇବାକୁ ଦେଇଥିଲେ। ତାଙ୍କ ସାଙ୍ଗରେ ଖାଉଥିଲେ ତାଙ୍କ ୪ ବର୍ଷର ପୁଅ ରାଜେଶ। ହେଲେ ସେ ଖାଇବା ମଝିରେ ଉଠି ତାଙ୍କ ମାଆଙ୍କ ପାଖକୁ ପଳାଇ ଯାଇଥିଲା।
ପୁଅକୁ ଧରି ସବିତା ଘର ଭିତରେ ପଶି ଯାଇଥିଲା। ଅଭିଯୋଗ ଅନୁସାରେ ସେ ନିଜେ ଧାନ ବିଷ ପିଇବା ସହିତ ପୁଅକୁ ବିଷ ପିଆଇ ଦେଇଥିଲେ। ପୁଅ ରାଜେଶ ବିଷ ପିଇବା ପରେ ବାନ୍ତି କରିଥିଲା ଓ କାନ୍ଦିଥିଲା। ସେପଟେ ସାବିତା ମଧ୍ୟ ବିଷ ପିଇ ଦେଇଥିବାରୁ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି। ତେବେ କ’ଣ ପାଇଁ ମାଆ ନିଜେ ବିଷ ପିଇଲା ସହିତ ପୁଅକୁ ପିଆଇଲେ, ତାହା ଜଣାପଡ଼ିନାହିଁ।

ad-week
Leave A Reply

Your email address will not be published.