ମୃତ ନାବାଳିକାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଫେରାର

add-all

କୋରାପୁଟ: ମୃତ ନାବାଳିକାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଫେରାର। ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ସୁନାବେଡ଼ା ମେଡିକାଲରେ। ନାବାଳିକାଙ୍କ ମୃତଦେହକୁ ନେଇ ଆଜି ମେଡିକାଲ୍ କତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ମୃତ ଶିଶୁ ପଟାଙ୍ଗି ଥାନା କୁନ୍ଦୁଲି ଅଞ୍ଚଳର ବୋଲି ପୁଲିସ କହିଛି। ତେବେ ତାଙ୍କ ଅବିଭାବକଙ୍କୁ ଠାବ କରାଯାଇ ନଥିବା ବେଳେ କିଏ ଓ କାହିଁକି ଏହି ମୃତଦେହକୁ ଏଠାରେ ଛାଡ଼ି ଯାଇଛି ତାହା ଜଣା ପଡ଼ିନାହିଁ।

ପ୍ରତ୍ୟକ୍ଷଦର୍ଷୀଙ୍କ କହିବା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢେ଼ ତିନି ଟା ବେଲେ ଜଣେ ବ୍ୟକ୍ତି ଏକ ବାଇକ୍ ରେ ଜଣେ ନାବାଳିକାଙ୍କୁ ନେଇ ମେଡିକାଲକୁ ଆସିଥିଲେ। କିଛି ସମୟ ଭିତରେ ନାବାଳିକାକୁ ବେଡରେ ଶୋଇଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ମେଡିକାଲ୍ ର ବେଡରେ ଜଣେ ନାବାଳିକା ପଡ଼ି ରହି ଥିବା ଦେଖି ଡାକ୍ତର ଓ ନର୍ସ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଯାଇଥିଲେ। ହେଲେ ତାଙ୍କର ପୂର୍ବରୁ ମୃତ୍ୟୁ ହୋଇ ସାରିଥିବା ଜଣାପଡ଼ିଥିଲା। ଦୀର୍ଘ ସମୟ ଧରି ତାଙ୍କର କୌଣସି ଅବିଭାବକ ନ ଆସିବାରୁ ମେଡିକାଲ୍ କତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତାଙ୍କ ପରିଚୟ ଖୋଜୁଛି। ଶିଶୁ କନ୍ୟାର ପାଦରେ ହଳଦି, ସିନ୍ଦୁର ଲାଗିଥିବା ବେଳେ ପାଦରେ ଛୋଟ ଛୋଟ କ୍ଷତ ଚିହ୍ନ ଥିବା ତଦନ୍ତରୁ ଜଣାପଡ଼ିଛି। ଆଖପାଖର ସିସିଟିଭି ଯାଞ୍ଚ କରି ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୁଲିସର ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.