ଧାନ ମଣ୍ଡିରେ ଲାଗିବ ସିସିଟିଭି, ମିଲକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

add-all

ଭୁବନେଶ୍ବର: ଧାନ ମଣ୍ଡିରେ ଲାଗିବ ସିସିଟିଭି। ମଣ୍ଡିରୁ ମିଲକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍। ରାଜ୍ୟରେ ଦୁର୍ନୀତିକୁ ରୋକିବାକୁ କିଛି ଏଭଳି ଢଙ୍ଗରେ ତତ୍ପର ହେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କହିବା ମୁତାବକ, ଏଣିକି ମଣ୍ଡିରୁ ମିଲକୁ ଯାଉଥିବା ଗାଡ଼ିରେ ଜିପିଏସ୍ ଲଗାଯିବ। ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ଦୁର୍ନୀତିକୁ ରୋକାଯିବ ବୋଲି ସେ କହିଛନ୍ତି। ଖାଲି ସେତିକି ନୁହେଁ, ଏନେଇ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଦୁଇ ମାସ ଭିତରେ ନୂଆ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ ଦୁର୍ନୀତି କଲେ ସ୍ପଟରେ ହେବ ଆକନ୍ସ। ଏଥିସହ ରାଜ୍ୟର ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର କରିବା ନେଇ କୃଷି ବିଭାଗ ସହିତ ଆଲୋଚନା ହେଇଛି। ରାଜ୍ୟରେ ଅଧିକରୁ ଅଧିକ ଶୀତଳ ଭଣ୍ଡାର ହେଉ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଥିବା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ad-week
Leave A Reply

Your email address will not be published.