ଚଢ଼ା ଦରରେ ଜିନିଷ ବିକ୍ରି କଲେ ବନ୍ଧା ହେବେ ବ୍ୟବସାୟୀ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

add-all

ଭୁବନେଶ୍ୱର : ବେଲଗାମ ପରିବା ଦର । କଞ୍ଚା ପରିବା ସହ ଆଳୁ ଦର ବି ନିୟନ୍ତ୍ରଣ ବାହାରେ । ଦୀର୍ଘ ଦିନ ଧରି ପିରବା ଦର ଖସିବାର ନାଁ ଧରୁନି । ଯାହାକି ସାଧାରଣ ଲୋକଟିଏ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାରି ଭିତରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଚଢା ଦରରରେ ଖୁଚୁରା ବିକ୍ରି କଲେ ବ୍ୟବସାୟୀମାନେ ବନ୍ଧା ହେବେ । ଦରଦାମକୁ ନିୟନ୍ତ୍ରଣକୁ ଅଣାଯାଉଛି ।

ତେବେ ପିଆଜ ଆଳୁ ଦର ଏବେ ସ୍ଥିର ରହିଛି । ଅଧିକ ଉପରକୁ ଯାଇ ନାହିଁ । ନାଶିକ, ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ପିଆଜ ଆଳୁ ଆସୁଛି । ଯେହେତୁ ସେଠି ଦାମ୍ ଅଧିକ ରହିଛି, ତେଣୁ ସେହି ଅନୁସାରେ ଏଠାରେ ମଧ୍ୟ ଦାମ୍ ସାମାନ୍ୟ ଅଧିକ ରହିଛି । ବର୍ତ୍ତମାନ ସବୁ ଗୋଦାମ ସର୍ଚ୍ଚ ଚାଲିଛି, କିଣା ବିଲ୍ ଦେଖାଯାଉଛି । ଯଦି କେହି ଚଢ଼ା ଦରରେ ଜିନିଷ ବିକ୍ରି କରେ, ତାହା ହେଲେ ଚଢ଼ାଉ ହେବ । ଖୁଚୁରା ବ୍ୟବସାୟୀ ବହୁତ ଅଧିକ ଲାଭ ରଖି ବିକ୍ରି କରୁଥିଲେ ସେମାନଙ୍କ ଉପରେ ମଧ୍ୟ ଚଢ଼ାଉ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହିତ ବିଭାଗୀୟ ଅଧିକାରୀ ନିୟମିତ ଏହାର ଯାଞ୍ଚ କରିବେ ବୋଲି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ad-week
Leave A Reply

Your email address will not be published.