ଲାଞ୍ଚ ନେଇ ଧରାପଡ଼ିଲେ ପଟ୍ଟାମୁଣ୍ଡାଇ ତହସିଲ୍‌ର କିରାଣି

add-all

ପଟ୍ଟାମୁଣ୍ଡାଇ :ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳ। ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏ ନକଲ କପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଲାଞ୍ଚ ନେବା ବେଳେ ବଡ଼ବାବୁ ଜନ୍‌ ଉଇଲିୟମ ବରାଳଙ୍କ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌।

ସୂୂଚନା ଅନୁସାରେ, ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏ ନକଲ କପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ ଆଜି ଅଭିଯୋଗକାରୀ ଜଣଙ୍କ ଶ୍ରୀ ବରାଳଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍‌ ଶ୍ରୀ ବରାଳଙ୍କୁ ମାଡ଼ି ବସିଥିଲେ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ବରାଳଙ୍କ ଦୁଇଟି ସ୍ଥାନରେ ଚଢ଼ାଉ କରିଛି  ଭିଜିଲାନ୍ସ ଟିମ୍‌ |

ad-week
Leave A Reply

Your email address will not be published.