ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ

add-all

ଖୋର୍ଦ୍ଧା: ଖୋର୍ଦ୍ଧା ପୁବୁସାହି ପଞ୍ଚାୟତର ଜୟମଙ୍ଗଳ ଗାଁରେ ଅଭାବନୀୟ ଘଟଣା। ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ୬୨ ବର୍ଷୀୟ ନାରଣ ପ୍ରଧାନ ଓ ୪୨ ବର୍ଷୀୟ ସରୋଜ ଜେନା।

ଜୟମଙ୍ଗଳ ଗାଁର ନାରାୟଣ ପ୍ରଧାନ ଓ ସରୋଜ ଜେନା ବିଲରୁ କାମ ସାରି ଘରକୁ ଫେରୁଥିଲେ। ରାସ୍ତାରେ ଯିବା ବେଳେ ହଠାତ ବଜ୍ରପାତ ହୋଇଥିଲା।ବଜ୍ରାଘାତ ଯୋଗୁଁ ଘଟଣାସ୍ଥଳରେ ଉଭୟ ଗୁରୁତର ହୋଇ ଟଳି ପଡ଼ିଥିଲେ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବରପାଇ ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ବନା ଦେଇଥିଲେ।

ad-week
Leave A Reply

Your email address will not be published.