ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର

add-all

ସୁବର୍ଣ୍ଣପୁର: ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ପିପିଲିପାଲି ଗାଁର ସୁଦାମ ବାଗ ଗତକାଲି ରାତିରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ସ୍ତ୍ରୀ ଘରୁ ବାହାରି ସୌଚାଳୟକୁ ଯିବାବେଳେ ବାରଣ୍ଡାରେ ହଠାତ ପଡ଼ିଯାଇଥିଲେ। ଫଳରେ ଅଚେତ୍ ହେବାରୁ ଘର ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେ଼ଇଥିଲେ। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସାଙ୍ଗରେ ଆସିଥିବା ସ୍ୱାମୀ ନିଜର ସ୍ତ୍ରୀର ମୃତଦେହକୁ ହସ୍ପିଟାଲରେ ଛାଡି ଫେରାର ମାରିଛି। ସୂଚନା ଅନୁସାରେ ପିପିଲିପାଳି ଗ୍ରାମର ମହାଦେବ ବାଗଙ୍କ ପୁତ୍ର ସୁଦାମ ବାଗ ୬ ବର୍ଷ ତଳେ ବରଗଡ଼ ସହରର ସରସ୍ଵତୀ ବାଗକୁ ପ୍ରେମ ବିବାହ କରି ବାହାରେ ରହି ଆସୁଥିଲେ। ବର୍ତ୍ତମାନ ତାଙ୍କର ୪ ବର୍ଷର ଏକ ପୁତ୍ର ଓ ୭ ମାସର ଶିଶୁ କନ୍ୟା ଥିବା ଜଣାପଡ଼ିଛି। ପୁଅ ନିଜ ଗାଁ ପିପିଲିପାଳିକୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଆସିଥିବା ବେଳେ ଘଟିଛି ଏହି ଅଘଟଣ। ରାତିରେ ଉଭୟ ଖାଇ ସାରିବା ପରେ ସ୍ତ୍ରୀ ଜଣକ ବାହାରକୁ ବାହାରିବା ବେଳେ ବାରଣ୍ଡାରେ ଅଚେତ ହୋଇ ପଡ଼ିଯାଇ ଅସୁସ୍ଥ ହୋଇପଡିଥିଲେ ।

ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେ ତାଙ୍କର ମୃତୁ ଘଟିଥିବା ଡ଼ାକ୍ତର କହିଲେ। ପରେ ସ୍ୱାମୀ ହସ୍ପିଟାଲରେ ନିଜ ସ୍ତ୍ରୀ ମରଶରୀରକୁ ଛାଡ଼ି କୁଆଡ଼େ ଚମ୍ପଟ ମାରିଥିବା ପୁଅର ବାପା କରିଛନ୍ତି। ବୃଦ୍ଧ ବାପା ମାଆ ଡାକ୍ତରଖାନାରେ ଦୁଇ ଶିଶୁକୁ ଜଗି ରହିଛନ୍ତି। ଘଟଣାସ୍ଥଳରେ ଡୁଙ୍ଗୁରିପାଲି ପୋଲିସ ପହଁଚି ମୃତଦେହକୁ ଜବତ କରି ଶବ ବ୍ଯବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.