ହତ୍ୟା ପରେ କଟା ମୁଣ୍ଡ ଧରି ଗାଁରେ ବୁଲିଲା  ନାତି

add-all

ବଣେଇ : ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର କେ ବଲାଙ୍ଗ ଥାନା ପୁରୁଣା ପାଣି ଗାଁରେ ଘଟି ଯାଇଛି ବୀଭତ୍ସ ହତ୍ୟାକାଣ୍ଡ ଅଜାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି ।  ହତ୍ୟା ପରେ କଟା ମୁଣ୍ଡ ଧରି ବୁଲିଲା ଗାଁରେ ଅଭିଯୁକ୍ତ ନାତି। କେ ବଲାଙ୍ଗ ପୋଲିସ ସୂଚନା ପାଇ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ନାତିକୁ ଗିରଫ କରି ପଚରା ଉଚରା କରୁଥିବା ସହ ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି। ତେବେ ଗୁଣି ଗାରେଡ଼ିକୁ ନେଇ ଏଇ ଜଘନ୍ୟ ହତ୍ୟାକାଣ୍ଡ ହୋଇ ଥିବା ଅନୁମାନ କରୁଛି ପୋଲିସ।

ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ କେ. ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ଗୁଣିଗାରେଡି ସନ୍ଦେହରେ ବୀଭତ୍ସ ହତ୍ୟାକାଣ୍ଡ । ଅଜାକୁ ଟାଙ୍ଗିଆରେ ହାଣି ହତ୍ୟାକଲା ସମ୍ପର୍କୀୟ ନାତି ସଲମାନ ମୁଣ୍ଡା । ହତ୍ୟା ପରେ ଅଜା ନଇମନ ମୁଣ୍ଡାଙ୍କ କଟା ମୁଣ୍ଡକୁ ଏକ ବ୍ୟାଗରେ ଧରି ଗାଁରେ ବୁଲୁଥିଲା ହତ୍ୟାକାରୀ । ଗାଁ ଲୋକ କେ ବଲାଙ୍ଗ ପୋଲିସକୁ ଖବର ଦେବା ପରେ ହତ୍ୟାକାରୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏହା ଏକ ଗୁଣି ଗାରେଡି ସନ୍ଦେହରେ ହତ୍ୟା ବୋଲି ଗାଁରେ ଆଲୋଚନା ହେଉଛି । ଏପଟେ ଶବକୁ ଜବତ କରି ବେବେଛେଦ ପାଇଁ ଲହୁଣୀପଡା ସିଏଚସିକୁ ପାଠାଇଛି ପୋଲିସ ।

ad-week
Leave A Reply

Your email address will not be published.