ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ ଲିକ୍: ୮ ଜଣ ଗୁରୁତର

add-all

ରାଉଲକେଲା: ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଘଟିଛି ବଡ ଅଘଟଣ । ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ କାରଣରୁ ୮ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ  ଶ୍ରମିକମାନେ କାମ କରୁଥିବା ସମୟରେ ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଲିକ୍ ହୋଇଥିଲା। ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଲିକ୍ ହେବା ଯୋଗୁଁ  ଶ୍ବାସରୁଦ୍ଧ ହୋଇ ପ୍ରାୟ ୮ ଜଣ ଶ୍ରମିକ ଗୁରୁତର ପ୍ରଭାବିତ ହୋଇଛନ୍ତି । ଆହତ ଶ୍ରମିକମାନଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅଧିକ ଚିକିତ୍ସା ଜାରି ରହିଥିବାର ଜଣାପଡିଛି । ତେବେ ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ad-week
Leave A Reply

Your email address will not be published.