ରାଜ୍ୟରେ ଖୋଲିବ ବନ୍ଦ ହୋଇପଡିଥିବା ସ୍କୁଲ୍

add-all

ଭୁବନେଶ୍ବର: ରାଜ୍ୟରେ ଖୋଲିପାରେ ବନ୍ଦ ହୋଇପଡିଥିବ ସ୍କୁଲ୍ । ବିଜେଡି ସରକାର ବନ୍ଦ କରି ଦେଇଥିବା ଅନେକ ସ୍କୁଲ ଗୁଡିକ ଖୋଲି ପାରନ୍ତି ବିଜେପି ସରକାର । ଏମିତି କିଛି ଯୋଜନା ଚାଲିଛି ବୋଲି ମନ୍ତବ୍ୟ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଏନେଇ ମନ୍ତ୍ରୀ କହିଛନ୍ତି, ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନ କୁ  ଯିବା କୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି, ସ୍ଥାନୀୟ ଲୋକଙ୍କର ଦାବି ଅଣଦେଖା କରାଯାଇଛି, ସେହି ସବୁ ସ୍କୁଲ ଗୁଡିକୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ପୁଣି ଥରେ ଖୋଲିବାକୁ ଯୋଜନା କରୁଛନ୍ତି । ସବୁକୁ ଯାଞ୍ଚ କରାଯିବ ଯେୁଁଠି ଆବଶ୍ୟକ ପଡିବ ସେହିଠାରେ ସ୍କୁଲଗୁଡିକୁ ପୁଣି ଚାଲୁକରାଯିବ ।

ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଦାବି ଅନୁଯାୟୀ କେଉଁଠି ବନ୍ଦ ହୋଇଥିବା ସ୍କୁଲ ର ଖୋଲିବା ଆବଶ୍ୟକତା ଅଛି ସେନେଇ ସଚିବଙ୍କ ବିସ୍ତୃତ ରିପୋର୍ଟ ଦେବା ପାଇଁ କୁହାଯାଇଛି । ଉକ୍ତ ରିପୋର୍ଟ ଆଧାରରେ ବନ୍ଦ ହୋଇଥିବା ସ୍କୁଲ ଗୁଡିକୁ ପୁଣି ରିଓପନ କରାଯିବ ।

ad-week
Leave A Reply

Your email address will not be published.