ଭିଜିଲାନ୍ସ ଜାଲରେ ଏସଆଇ ବାବୁ

add-all

ଯାଜପୁର: ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସଆଇ। ବିଂଝାରପୁର ଥାନା ଏସଆଇ କେଶବ ଚନ୍ଦ୍ର ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଞ୍ଝାରପୁର ସ୍ଥିତ ସରକାରୀ କ୍ୱାଟରରୁ ଧରିଥିଲା ଯାଜପୁର ଭିଜିଲାନ୍ସ ଟିମ ।

ସୂଚନା ଅନୁସାରେ, ଏକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ମେଡିକାଲ କାଗଜପତ୍ର ଓ ପୋଷ୍ଟମଟମ ରିପୋର୍ଟରେ ହେରଫେର ପାଇଁ ଲାଞ୍ଚ ମାଗିଥିଲେ ଏସଆଇ ବାବୁ। ଏନେଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଉକ୍ତ ବ୍ୟକ୍ତି । ପୂର୍ବ ଯୋଜନା ମୁତାବକ ଆଜି ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଡେପୁଟି ସୁପରିଟେଣ୍ଡ ସୁଶୀଲ ଏକ୍କାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରୁ ଏସଆଇ କେଶବ ଚନ୍ଦ୍ର ଦାସଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଛି । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ।

ad-week
Leave A Reply

Your email address will not be published.