କଲେଜ ଅଧ୍ୟକ୍ଷଙ୍କୁ ଅଫିସ୍‌ ଭିତରେ ପଶି ନିସ୍ତୁକ ମାଡ଼

add-all

ଖୋର୍ଦ୍ଧା : କଲେଜ ଅଧ୍ୟକ୍ଷଙ୍କୁ ତାଙ୍କ କାର୍ଯ୍ୟାଳୟର କୋଠରୀ ମଧ୍ୟରେ ନିସ୍ତୁକ ମାଡ଼ ଅଭିଯୋଗ । ମାଡ଼ ମାରିଛନ୍ତି କଲେଜର ପରିଚଳନା କମିଟି ସଭାପତି ଏବଂ ଅଧ୍ୟାପକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ହଳଦିଆ ଡିଗ୍ରୀ କଲେଜରେ । ଅଭିଯୋଗ ଅନୁଯାୟୀ ଅଧକ୍ଷ ଉମାକାନ୍ତ ପାତ୍ର ଆଜି ସକାଳ ସମୟରେ ନିଜ ପ୍ରକୋଷ୍ଟରେ ଥିଲାବେଳେ କଲେଜର ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ଭଞ୍ଜ ଏବଂ ଇତିହାସ ବିଭାଗର ଅଧାପକ ବିଜୟ କୁମାର ଭଞ୍ଜଙ୍କ ସମେତ ଅନ୍ୟ କିଛି ଲୋକ ଅଧକ୍ଷଙ୍କ ପ୍ରକୋଷ୍ଟରେ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଅଧକ୍ଷ ଆହତ ହୋଇଥିଲେ । ଆହତ ଉମାକାନ୍ତଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନରେ ଭର୍ତି କରିଥିଲେ । ଏହାପରେ ଅଧକ୍ଷ ଉମାକାନ୍ତ ପାତ୍ର ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ପହଂଚି ଏହି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି ।

ad-week
Leave A Reply

Your email address will not be published.