ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ

add-all

ବୀରମହାରାଜପୁର: ମହାରାଷ୍ଟ୍ରର ପୁନେକୁ ଦାଦନ ଖଟିବାକୁ ଯାଇ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ବୁଦ୍ଧଦେବ ମେଣ୍ଡିଳୀ (୨୨)।
ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅନ୍ତର୍ଗତ ହିଲୁଙ୍ଗ ଗାଁର ହୀରାମଣୀ ମେଣ୍ଡେଲିଙ୍କ ପୁଅ ବୁଦ୍ଧଦେବ ମେଣ୍ଡିଲି ତିନି ବର୍ଷ ହେଲା ପୁଣେରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ ଗତ ୧ ତାରିଖରେ କାମ କରୁଥିବା ସମୟରେ ଛାତ ଉପରୁ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପରିବାର ଲୋକ ଆଜି ସେଠାରେ ପହଁଚିଲା ପରେ ଶବ ବ୍ୟବଚ୍ଛେଦ କରାଯାଇଛି। ମୃତହେଦ ଜନ୍ମମାଟିକୁ ଆଣିବା ପାଇଁ କଂପାନି ତରଫରୁ ସହଯୋଗ କରାଯାଉ ନଥିବା ଅଭିଯୋଗ ହୋଇଛି। ଏବେ ଗରିବ ହୀରାମଣୀ ପୁଅର ମୃତଦେହ କିପରି ଘରକୁ ଆଣିବେ ସେଇ ଚିନ୍ତାରେ ପଡିଯାଇଛନ୍ତି। ଏନେଇ ଶ୍ରମ ବିଭାଗ ପକ୍ଷରୁ ସହଯୋଗ କରିବାକୁ ଲିଖିତ ଭାବେ ଜଣାଇଛନ୍ତି।

ad-week
Leave A Reply

Your email address will not be published.