ମିଳିଲା ନିଖୋଜ ନବଜାତ ଶିଶୁ, ମିଳୁନି ମା’ ର ପତ୍ତା

add-all

ପାରାଦୀପ: ନବଜାତ ପୁତ୍ରସନ୍ତାନକୁ ବିକ୍ରି ଅଭିଯୋଗ ଘଟଣା।ଭାଇଜାଗରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର। ଉଦ୍ଧାର ପରେ ଶିଶୁଟିକୁ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିକୁ ନିଜେ ଦଲାଲ୍ ପାରାଦୀପ ଆଣି ଆସିଥିବା ସୂଚନା ମିଳିଛି। ସେପଟେ ଘଟଣା ପ୍ରଘଟ ପର ଠାରୁ ନବଜାତର ମାଆ ଗାଏବ ଥିବା ଜଣାପଡିଛି। ଏବେ ନବଜାତ ଶିଶୁଟି କେଉଁଠି, କାହା ପାଖରେ ରହିବ ସେ ନେଇ ସିଡବ୍ଲୁସି ନିଷ୍ପତ୍ତି ନେବ ।

ସୂଚନା ଅନୁସାରେ, ଗତ ଜୁନ ୨୯ ତାରିଖରେ ବିଜୁ ମେମୋରିଆଲ ହସ୍ପିଟାଲରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଜନ୍ମ ହେବାର ଗୋଟେ ଦିନ ପରେ ଶିଶୁ ପୁତ୍ର ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା । ସେପଟେ ବିକ୍ରି ପରଠାରୁ ନବଜାତ ମା’ ମଧ୍ୟ ଫେରାର ଅଛି। ସେବେଠାରୁ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ପୋଲିସ ଉପସ୍ଥିତିରେ ତାର ଚିକିତ୍ସା ଚାଲିଛି। ଚିକିତ୍ସା ପରେ ନବଜାତ ଶିଶୁଟି କେଉଁଠି, କାହା ପାଖରେ ରହିବ ସେ ନେଇ ସିଡବ୍ଲୁସି ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.