ମୋହନ ମାଝୀଙ୍କୁ ଥାନାରେ ଖରାପ ବ୍ୟବହାର ଦେଖାଇ ଚର୍ଚ୍ଚାକୁ ଆସିଥିବା ଆଇଆଇସିଙ୍କ ବଦଳି

add-all

କଟକ: କେନ୍ଦୁଝରର ଆଇଆଇସି ତ୍ରିନାଥ ସେଠୀଙ୍କର ଗଜପତିକୁ ବଦଳି ହୋଇଛି। କଟକ ପୋଲିସ ମୁଖ୍ୟାଳୟରୁ ଏହି ବଦଳି ଆଦେଶ ହୋଇଛି। ସେହିପରି ଭଦ୍ରକ ଥାନାର ଆଇଆଇସି ଅମିତ କୁମାର ଭୂୟାଁ କେନ୍ଦୁଝର ଥାନାକୁ ବଦଳି ହୋଇଛନ୍ତି।

ତ୍ରିନାଥ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ବିଜେଡି ସରକାରରେ ଥିବା ବେଳେ ମୋହନ ମାଝୀଙ୍କୁ କେନ୍ଦୁଝର ଥାନାରେ ବସାଇ ଖରାପ ବ୍ୟବହାର ଦେଖାଇଥିଲେ। ଯାହାର ଭିଡିଓ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଭାଇରାଲ ହୋଇଥିଲା। ଆଉ ନିଜେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ମୋହନ ମାଝୀ ପୋଲିସକୁ ନିବେଦନ କରିଥିଲେ, ପୋଲିସ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ଉଚିତ। ତେବେ ନିଜେ ମୁଖ୍ୟମନ୍ତ୍ରୀ ଏକ ଟିଭି ଚ୍ୟାନେଲର ସାକ୍ଷାତକାରରେ କହିଥିଲେ, ସେ ତ୍ରିନାଥଙ୍କୁ କ୍ଷମା କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ତ୍ରିନାଥଙ୍କ ବଦଳି ଦଣ୍ଡ ନା ନିୟମିତ ପ୍ରକ୍ରିୟା ତାହା ସମୟ କହିବ। କିନ୍ତୁ ନିକଟରେ ଯେଉଁଭଳି ଥାନା ଅଧିକାରୀ ଲୋକଙ୍କୁ ଭୟଭୀତ କରାଉଛନ୍ତି ଏବଂ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି ସେମାନଙ୍କ ପାଇଁ ତ୍ରିନାଥଙ୍କ ବଦଳି ଗୋଟିଏ ଉଦାହରଣ ଭାବେ ନିଆଯାଇପାରେ। ତେବେ ତ୍ରିନାଥ ସେଠୀଙ୍କ ନାଁରେ କେବଳ ଖରାପ ବ୍ୟବହାର ନୁହଁ ଅନ୍ୟାନ୍ୟ ଅଭିଯୋଗ ମଧ୍ୟ ରହିଛି।

ad-week
Leave A Reply

Your email address will not be published.