ପେପର୍ ଲିକ୍ ବିବାଦ ମଧ୍ୟରେ NEET-UG କାଉନସେଲିଂ ସ୍ଥଗିତ

add-all

ନୂଆଦିଲ୍ଲୀ : ସ୍ଥଗିତ ରହିଲା NEET-UG କାଉନସେଲିଂ। ପେପର୍ ଲିକକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି ହେବାକୁ ଥିବା କାଉନସେଲିଂ ସ୍ଥଗିତ ରଖାଯାଇଛି।ଜାତୀୟ ପରୀକ୍ଷା ଏଜେନ୍ସି (NTA) କାଉନସେଲିଂକୁ ସ୍ଥଗିତ ରଖିଛି। ଏନେଇ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏଜେନ୍ସି କହିଛି।
ମେଡିକାଲ ପ୍ରବେଶିକା ପରୀକ୍ଷାରେ ପେପର୍ ଲିକ୍ ସହ ବ୍ୟାପକ ଅନିୟମିତତାକୁ ନେଇ ଏବେ ବି ବିବାଦ ଲାଗି ରହିଛି। ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି।
ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ଏ ଉପରେ ବିଚାର କରି କାଉନସେଲିଂକୁ ସ୍ଥଗିତ ରଖିବାକୁ ମନା କରି ଦେଇଥିଲେ। କିନ୍ତୁ ଜାତୀୟ ପରୀକ୍ଷା ଏଜନ୍ସି ଆଜି ଏହାକୁ ସ୍ଥଗିତ ରଖିଛି। କେବେ କାଉନସେଲିଂ ହେବ ସେନେଇ କୌଣସି ସ୍ପଷ୍ଟତା ଆସିନଥିବା ବେଳେ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି NTA କହିଛି।
ସୂଚନା ଅନୁସାରେ, ଚଳିତ ବର୍ଷ ହୋଇଥିବା NEET-UG ପରୀକ୍ଷାକୁ ବାତିଲ୍ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଗତକାଲି ଜଷ୍ଟିସ୍ ବିକ୍ରମ ନାଥ ଏବଂ ଏସଭିଏନ୍ ଭଟ୍ଟୀଙ୍କ ଏକ ଅବସରକାଳୀନ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରିଥିଲେ।
ଏ ଉପରେ ସୁପ୍ରିମକୋର୍ଟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ), କେନ୍ଦ୍ର ଏବଂ ଏହା ସହ ଜଡ଼ିତ ଅନ୍ୟ ସଂସ୍ଥାକୁ ନୋଟିସ୍ ଜାରି କରିଛନ୍ତି। ଏଥିସହ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଜୁଲାଇ ୮କୁ ଧାର୍ଯ୍ୟ କରିଛନ୍ତି।

ad-week
Leave A Reply

Your email address will not be published.