ସୋମବାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛୁଟି

add-all

ଭୁବନେଶ୍ବର : ସୋମବାର (ଜୁଲାଇ ୮ ତାରିଖ) ବନ୍ଦ ରହିବ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ। ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରଥଯାତ୍ରା ପାଇଁ ଏହି ଛୁଟି ଘୋଷଣା କରାଯାଇଛି।
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପୂର୍ବରୁ ରାଜ୍ୟ ସରକାର ୮ ତାରିଖକୁ ଛୁଟି ଘୋଷଣା କରିଥିଲେ। ଏଥର ଶ୍ରୀଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଉଭୟ ୭ ଓ ୮ ତାରିଖରେ ରଥ ଟଣା ହେବ। ୭ ତାରିଖ ରବିବାର ପଡ଼ୁଛି। ୮ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ସହିତ, ବ୍ୟାଙ୍କ ଓ କୋର୍ଟ ଆଦି ମଧ୍ୟ ବନ୍ଦ ରହିବ।
ରଥଯାତ୍ରାର ସମୀକ୍ଷା ବୈଠକରେ ଯୋଗ ଦେବାକୁ ଜୁଲାଇ ୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଯାଇଥିଲେ। ସେଠାରେ ଟାଉନ୍ ହଲରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା ସଂପନ୍ନ ପାଇଁ ସମସ୍ତ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ସେ ରଥଯାତ୍ରା ପାଇଁ ଦୁଇ ଦିନ ଛୁଟି ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.