ରୋଟାରୀ କ୍ଲବ ପକ୍ଷରୁ ଫୁଲବାଣୀ ରିଜର୍ଭ ପୋଲିସ ପଡିଆରେ ବୃକ୍ଷ ରୋପଣ

add-all

ଫୁଲବାଣୀ : ୭୫ତମ ବନମହୋତ୍ସବ ଅବସରରେ ରୋଟାରୀ କ୍ଲବ ଫୁଲବାଣୀ ପକ୍ଷରୁ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜ ସହାୟତା ରେ ଶନିବାର ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l ଏହି ଅବସରରେ ଅତିରିକ୍ତ ଏସପି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରେଞ୍ଜ ଅଫିସର ଶିବାନନ୍ଦ ଲେଙ୍କା,ପୋଲିସ ରିଜର୍ଭ ଇନ୍ସପେକ୍ଟର, ରୋଟାରୀ କ୍ଲବ ସଭାପତି ତଥା ସମାଜସେବୀ ବିପ୍ର ଚରଣ ପାତ୍ର, ସମ୍ପାଦକ ତଥା ଆଇନଜୀବୀ ବିଜୟ କୃଷ୍ଣ ପଟନାୟକ, ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ବୀରେନ୍ଦ୍ର ସୁବୁଦ୍ଧି, ପୋଲିସ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦେବି ପ୍ରସାଦ ଶତପଥୀ ସମାଜ ପ୍ରତିନିଧି ଅଶୋକ ମହାନ୍ତି ପ୍ରମୁଖ ଯୋଗ ଦେଇ ଜଙ୍ଗଲ ଆମର ଆଉ ଏହାର ସୁରକ୍ଷା ଆମ୍ଭମାନଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ ବୋଲି ସମସ୍ତଙ୍କୁ ବୁଝାଇଥିଲେ l
ବନ ମହୋତ୍ସବ ଅବସର ରେ ସମସ୍ତେ ଅନ୍ତତଃ ଗୋଟିଏ ଗୋଟିଏ ବୃକ୍ଷ ଚାରା ଲଗାଇ ତାର ଉଚିତ ଯତ୍ନ ନେବାଲାଗି ମୁଖ୍ୟ ଅତିଥି ଅତିରିକ୍ତ ଏସପି ପଣ୍ଡା ଛାତ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସିନିଅର ଫରେଷ୍ଟର ସରୋଜ ମିଶ୍ର, ଫରେଷ୍ଟ ଗାର୍ଡ ପ୍ରେମା ନନ୍ଦ ପାତ୍ର,ସାମ୍ବାଦିକ ପ୍ରଶାନ୍ତ ବେହେରା, ହୂରଞ୍ଜନ ସେଠି, ସଦାଶିବ ପାତ୍ର, ଶିବ ନାୟକ,କାହ୍ନl ପଟନାୟକ, ପ୍ରଶାନ୍ତ ଜେନା, ସୁନୀଲ ବିଶ୍ୱାଳ, ଶିବ ନାୟକ, ଅଜିତ ମହାରଣା ପ୍ରମୁଖ ଅନେକ ସାମ୍ବାଦିକ ରୋଟାରୀ କ୍ଲବ ପୂର୍ବତନ ସଭାପତି ପ୍ରଶାନ୍ତ ପାଣିଗ୍ରାହୀ, ରବି ସୁବୁଦ୍ଧି ଓ ସଦସ୍ୟ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷl ସମ୍ପର୍କରେ ବୁଝାଇଥିଲେ l
ବନବିଭାଗ କର୍ମଚାରୀ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ପୋଲିସ ସ୍କୁଲ ଓ ପବ୍ଲିକ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସ୍କାଉଟ ଛାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.