ବଡ଼ଦାଣ୍ଡରେ ମହାମହିମ ରାଷ୍ଟ୍ରପତି : ପ୍ରଭୁଙ୍କ କରୁଣା ଭିକ୍ଷା କଲେ

add-all

ପୁରୀ,୭/୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ଉପସ୍ଥିତ ଥିଲେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ମହାବାହୁଙ୍କୁ ଦେଖି ଭାବବିହ୍ବଳ ହୋଇପଡିଥିଲେ। ଏପରିକି ରାଷ୍ଟ୍ରପତି ହାତ ଟେକି ଆଣ୍ଠୁ ମାଡ଼ି ମହାପ୍ରଭୁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିଥିଲେ।
ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଦାଣ୍ଡରେ ଦାରୁଦିଅଁଙ୍କୁ ଦର୍ଶନ କରିଛନ୍ତି।

ad-week
Leave A Reply

Your email address will not be published.