ପଶ୍ଚିମବଙ୍ଗରେ ନିର୍ମାଣ ହେଉଛି ଅବିକଳ ପୁରୀ ଭଳି ଜଗନ୍ନାଥ ମନ୍ଦିର

add-all

ପୁରୀ : କୁହାଯାଏ ଯେ ପଶ୍ଚିମବଙ୍ଗର ଲୋକଙ୍କ ଜୀବନ ଦାର୍ଜିଲିଂ, ପୁରୀ ଏବଂ ଦୀଘାରେ ରହିଥାଏ। ଦାର୍ଜିଲିଂ ଓ ଦୀଘା ତ ସେଠାରେ ଅଛି, କିନ୍ତୁ ପୁରୀ ଓଡ଼ିଶାରେ ଅଛି। ତେଣୁ ପୁରୀକୁ ଏଠାରେ ସ୍ଥାପନ କରିବା ପାଇଁ ପୂର୍ବ ମିଦନାପୁର ଜିଲାର ଦୀଘାରେ ସମୁଦ୍ର କୂଳରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଯାଉଛି। ଏହି ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିରର ଅନୁରୂପ ହେବ, ଯାହାକି ଭୋଗୀ ବ୍ରହ୍ମପୁର ମଉଜାର ୨୫ ଏକର ଜମିରେ ରାଜସ୍ଥାନର ୪୦୦ କାରିଗରଙ୍କ ଦ୍ଵାରା ୨୦୨୨ ମସିହା ମେ’ ମାସରୁ ନିର୍ମାଣ ଚାଲିଛି। ପ୍ରଥମେ ପୁରୀ ରଥଯାତ୍ରା ଅର୍ଥାତ୍ ଜୁଲାଇ ୭ରେ ଏହାର ଉଦଘାଟନ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ଘୁଞ୍ଚାଇ ଦିଆଯାଇଛି।
ଏହି ମନ୍ଦିରର ଉଚ୍ଚତା ପୁରୀ ମନ୍ଦିର ପରି ୬୫ ମିଟର ରହିଛି। କଳାକୃତି ଏବଂ ଆକାର ମଧ୍ୟ ଠିକ୍‌ ପୁରୀ ପରି। ପ୍ରତି ବର୍ଷ ଏଠାରେ ରଥଯାତ୍ରା ହେବ। ଦୁଇ ମନ୍ଦିର ମଧ୍ୟରେ କେବଳ ଗୋଟିଏ ପାର୍ଥକ୍ୟ ରହିଛି। ପୁରୀ ମନ୍ଦିରରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ମୂର୍ତ୍ତି କାଠରେ ନିର୍ମିତ ହୋଇଥିବାବେଳେ ଦିଘାରେ ପଥରର ମୂର୍ତ୍ତି ପୂଜା ପାଇବେ

ad-week
Leave A Reply

Your email address will not be published.