୨ ପୁରସ୍କାର ନକ୍ସଲ ସହ ୫ ନକ୍ସଲଙ୍କ ଆତ୍ମସମର୍ପଣ

add-all

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଭିତରୁ ଦୁଇ ଜଣଙ୍କ ନାମରେ ସରକାର ୩ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏମାନଙ୍କ ମଧ୍ୟରୁ କାଇଟନ ସୁକ୍କା ଉପରେ ସରକାର ୨ ଲକ୍ଷ ଏବଂ ସୋୟାମ ବଦ୍ରା ଉପରେ ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବନ୍ଧୁକ ସହ ଏହି ୫ ଜଣ ନକ୍ସଲ ସୁକମା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ଲଗାତାର ସରକାରଙ୍କ ତରଫରୁ ନକ୍ସଲ ଦମନ ନେଇ ସୁରକ୍ଷାକର୍ମୀଙ୍କୁ ଜଂଗଲରେ କୁମ୍ବିଂ କରିବାକୁ ବାଧ୍ୟ କରାଯାଉଛି ଏବଂ ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ କରାଯାଉଛି। ଏଥିରେ ନକ୍ସଲ ଭୟଭିତ ହୋଇ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗେଇ ଆସୁଥିବା ପୁଲିସ କହିଛି। ନକ୍ସଲ ସଂଗଠନରେ ଭେଦଭାବ ଓ ନିର୍ଯାତନା ବଢୁଥିବାରୁ ନକ୍ସଲ ସଂଗଠନ ଛାଡୁଥିବା ପୁଲିସ କହିଛି।ଏଭଳି ଲଗାତାର ନକ୍ସଲ ମରିବା ଏବଂ ଆତ୍ମସମର୍ପଣ କରିବା ଦ୍ବାରା ଛତିଶଗଡରୁ ଶୀଘ୍ର ନକ୍ସଲଙ୍କ ହିଂସା କମିବ ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.