ପ୍ରଭୁ ଜଗନ୍ନାଥଙ୍କ ରୂପରେ ଦର୍ଶନ ଦେଲେ ବାବା ମହାକାଳ: ଜୟ ଶ୍ରୀମହାକାଳ.. ଜୟ ଶ୍ରୀଜଗନ୍ନାଥ ଧ୍ବନିରେ କମ୍ପିଲା ପରିବେଶ

add-all

ଉଜ୍ଜୈନ: ପୁରୀ ସମେତ ସାରା ଦେଶରେ ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ତେବେ ପୁରୀରେ ସନ୍ଧ୍ୟା ୫ଟାରୁ ରଥଟଣା ହେବାକୁ ଥିବାବେଳେ ଏହାପୂର୍ବରୁ ଆଷାଢ ଶୁକ୍ଳ ଦ୍ଵିତୀୟା ମହାସଂଯୋଗରେ ମଧ୍ୟପ୍ରଦେଶର ବିଶ୍ୱ ପ୍ରସିଦ୍ଧ ଶ୍ରୀମହାକାଳେଶ୍ୱର ମନ୍ଦିରରେ ରବିବାର ଭୋର ସମୟରେ ଭସ୍ମ ଆରତୀ ସମୟରେ ମନ୍ଦିର ଖୋଲିବା ମାତ୍ରେ ପୂଜକମାନେ ଗର୍ଭଗୃହରେ ବିରାଜିତ ସମସ୍ତ ଭଗବାନଙ୍କ ପ୍ରତୀମାକୁ ପୂଜା କରିଥିଲେ। କ୍ଷୀର, ଦହି, ଘିଅ, ଗୁଡ଼ ଆଦି ପଞ୍ଚାମୃତ ଓ ଫଳ ରସରେ ପ୍ରଭୁ ମହାକାଳଙ୍କ ଜଳାଭିଷେକ କରାଯାଇଥିଲା। ପ୍ରଥମେ ଘଣ୍ଟ ଘଣ୍ଟା ବଜାଇ ହରି ଓମ୍ ଜଳ ଅର୍ପଣ କରାଯାଇଥିଲା। କର୍ପୁର ଆଳତୀଙ୍କ ପରେ ବାବା ମହାକାଳଙ୍କୁ ନୂତନ ମୁକୁଟ ଧାରଣ କରାଯାଇଥିଲା।
ଆଜି ଶୃଙ୍ଗାରର ବିଶେଷ କଥା ହେଉଛି, ଭସ୍ମ ଆଳତୀରେ ବାବା ମହାକାଳଙ୍କୁ ଶ୍ରୀଜଗନ୍ନାଥଙ୍କ ରୂପରେ ସଜାଯାଇଥିଲା। ଏହାପରେ ମହାନିର୍ବାଣୀ ଆଖଡ଼ା ତରଫରୁ ଭଗବାନ ମହାକାଳଙ୍କୁ ଭସ୍ମ ଅର୍ପଣ କରାଯାଇଥିଲା। ହଜାର ହଜାର ଭକ୍ତ ବାବା ମହାକାଳଙ୍କ ଜଗନ୍ନାଥ ରୂପର ଦିବ୍ୟ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଏହି ସମୟରେ ସମଗ୍ର ମନ୍ଦିର ପରିସର ଜୟ ଶ୍ରୀମହାକାଳ ଏବଂ ଜୟ ଶ୍ରୀଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା।

ad-week
Leave A Reply

Your email address will not be published.