ଗଡ଼ିଲାନି ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ

add-all

କେନ୍ଦ୍ରାପଡା : ଗଡ଼ିଲାନି ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ। ପହଣ୍ଡି ପରେ ରଥାରୁଢ଼ ନୀତି ସମ୍ପନ୍ନ। ସନ୍ଧ୍ୟା ହେବାରୁ ରଥ ଗଡ଼ିଲାନି। ଆସନ୍ତାକାଲି ନୀତିକାନ୍ତି ପରେ ଦିନ ୨ଟାରୁ ରଥ ଟଣା ଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିରର ଗର୍ଭଗୃହରେ ଥିବା ରତ୍ନ ସିଂହାସନରେ ତିନି ମୂର୍ତ୍ତୀ ବିଜେ କରିଛନ୍ତି : ଶ୍ରୀ ବଳଦେବ ଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା । ଆଶାଢ଼ ମାସ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଏଠାରେ ବ୍ରହ୍ମ ତାଳଧ୍ବଜ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ମନ୍ଦିରର ଦିଅଁମାନେ ଯେଉଁ ରଥରେ ବସି ରଥ ଯାତ୍ରାରେ ବାହାରନ୍ତି ତାକୁ ବ୍ରହ୍ମତାଳଧ୍ୱଜ ରଥ କୁହାଯାଏ । ଏହି ରଥ ପୃଥିବୀର ସବୁଠାରୁ ବଡ଼ରଥ। କୁହାଯାଏ, ବଳଦେବଜୀଉଙ୍କ ଆଜ୍ଞାମାଳ ନ ପାଇଲା ଯାକେ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥ ଆଗକୁ ବଢ଼େନାଇଁ।
ବଳଦେବଜୀଉ ମନ୍ଦିର କେନ୍ଦ୍ରାପଡ଼ାସହରର ୨ କି.ମି. ଦକ୍ଷିଣ ପଶ୍ଚିମକୁ, ଇଚ୍ଛାପୁର ଗାଁର କେନ୍ଦ୍ରରେ ଅବସ୍ଥିତ । ଏହା ଓଡ଼ିଶାର ଐତିହାସିକ କିର୍ତ୍ତୀରାଜିମାନଙ୍କ ଭିତରେ ଅନ୍ୟତମ । ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ତିଆରି ହୋଇଥିବାର ଅନୁମାନ କରାଯାଏ । ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି କୁହାଯାଏ । ଦୁଇଏକର ୬ ଡ଼େସିମିଲ ପରିମିତ ସ୍ଥାନରେ ଅବସ୍ଥିତ ଏଇ ମନ୍ଦିର ଦୁଇ ଭାଗରେ ବିଭକ୍ତ । ଗୋଟିଏ ପାଖରେ ବିଭିନ୍ନ ମନ୍ଦିର ରହିଛି ଓ ଅନ୍ୟ ପାଖଟି ଉଦ୍ୟାନ ।

ad-week
Leave A Reply

Your email address will not be published.