ବିଶ୍ୱ ଡିଜିଟାଲ କାରବାରର ବିଶ୍ୱସନୀୟ ମଡେଲ ପ୍ରଦାନ କରୁଛି ଭାରତ – ମୋଦୀ

add-all

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ତୃତୀୟ କାର୍ଯ୍ୟକାଳରେ ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ମସ୍କୋରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି, ଆଜିର ଭାରତ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି ତାହାକୁ ହାସଲ କରୁଛି। ସେ କହିଛନ୍ତି ତୃତୀୟ ଥର ପାଇଁ ତାଙ୍କ ସରକାର ଗଠନ ହେବା ପରେ ପ୍ରବାସୀ ଭାରତୀୟଙ୍କ ସହ ଏହା ତାଙ୍କର ପ୍ରଥମ ଆଲୋଚନା।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ବିଶ୍ଵକୁ ଭାରତ ଡିଜିଟାଲ କାରବାରର ସବୁଠାରୁ ବିଶ୍ୱସନୀୟ ମଡେଲ ପ୍ରଦାନ କରୁଛି ଏବଂ ସାମାଜିକ କ୍ଷେତ୍ରର ଉତ୍କୃଷ୍ଟ ନୀତି ଜରିଆରେ ନିଜର ନାଗରିକମାନଙ୍କୁ ସଶକ୍ତ କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ବିଗତ ୧୦ ବର୍ଷ ମଧ୍ୟରେ ଭାରତ ଯେଉଁ ବିକାଶର ଗତି ହାସଲ କରିଛି ତାହାକୁ ଦେଖୁ ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛି।

ଏହି ଅବସରରେ ରୁଷରେ ଶୁଭିଲା ଜୟ ଜଗନ୍ନାଥ ଧ୍ୱନୀ । ମୋସ୍କୋରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ନେଲେ ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନାଁ। ଏହାସହ ଜଗନ୍ନାଥଙ୍କ ଆଶିର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଥିଲେ ମୋଦି |

ad-week
Leave A Reply

Your email address will not be published.