ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଜବାବ ତଲବ

add-all

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଜବାବ ତଲବ। ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୬ ସପ୍ତାହ ଭିତରେ ଜବାବ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଗତ ୨୪ ବର୍ଷର ଜେଲ୍ ଜୀବନ କାଟିଥିବାରୁ ମୁକ୍ତି ଆବେଦନ କରିଛି ଦାରା ସିଂ। ତେଣୁ ତାଙ୍କର ମୁକ୍ତି ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଏ ସଂପର୍କରେ Xରେ ସୂଚନା ଦେଇଛନ୍ତି ଦାରା ସିଂହର ଓକିଲ ବିଷ୍ଣୁ ଶଙ୍କର ଜୈନ।
୧୯୯୯ ମସିହାରେ ଅଷ୍ଟ୍ରେଲିଆର ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ପୋଡ଼ି ମାରିଥିଲା ଦାରା ସିଂ। କେନ୍ଦୁଝର ଜିଲ୍ଲା ମନୋହରପୁରରେ ଗ୍ରାହାମ ଷ୍ଟେନ୍ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ଜୀବନ୍ତ ଅବସ୍ଥାରେ ପୋଡ଼ି ହତ୍ୟା କରାଯାଇଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହିଛି। ଗତ ୨୪ ବର୍ଷ ୫ ମାସ ହେଲା କେନ୍ଦୁଝର ଜେଲରେ ସଜା କାଟୁଛି ଦାରା। ଏତେଦିନ ଧରି ଦାରା ସିଂ ଜେଲରେ ଥିବାରୁ ତା’ର ମାନସିକ ଅବସ୍ଥା କେମିତି ଅଛି, କ’ଣ ରହିଛି ତାର ଆଚରଣ? ଏ ସଂପର୍କରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ।

ad-week
Leave A Reply

Your email address will not be published.