ଓଡ଼ିଶା ଫୁଟବଲ ସଂଘ ସଭାପତି ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ

add-all

ଭୁବନେଶ୍ବର: ଓଡ଼ିଶା ଫୁଟବଲ ସଂଘ(ଏଫଏଓ) ସଭାପତି ପଦରୁ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଇସ୍ତଫା ପତ୍ର ପୋଷ୍ଟ କରି ଏଫଏଓ ସଭାପତି ପଦ ଛାଡ଼ିଥିବା ସୂଚନା ଦେଇଛନ୍ତି। ବ୍ୟସ୍ତତା ଓ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଛି ବୋଲି ଓଡ଼ିଶା ଫୁଟବଲ ସଂଘ ସମ୍ପାଦକଙ୍କୁ ଚିଠିରେ କହିଛନ୍ତି।
ଓଡ଼ିଶା ଫୁଟବଲ ସଂଘ ସମ୍ପାଦକଙ୍କୁ ଲେଖିଥିବା ପତ୍ରରେ ଦେବାଶିଷ ସାମନ୍ତରାୟ ଉଲ୍ଲେଖ କରିଛନ୍ତି ଯେ ମୋର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଏବଂ ବ୍ୟକ୍ତିଗତ ଯୋଗଦାନ ଯୋଗୁ ମୁଁ ଓଡ଼ିଶା ଫୁଟବଲ ସଂଘ ସଭାପତି ପଦକୁ ନ୍ୟାୟ ଦେବାରେ ଅସମର୍ଥ। ତେଣୁ ମୁଁ ଏହି ପଦରୁ ଇସ୍ତଫା ଦେଇଛି ଏବଂ ମୁଁ ନିଶ୍ଚିତ ଯେ ଆପଣଙ୍କ ନେତୃତ୍ୱରେ ଫୁଲବଲ ସଂଘ ଓଡିଶାରେ ଫୁଟବଲକୁ ପ୍ରୋତ୍ସାହିତ କରିବାରେ କାର୍ଯ୍ୟ କରିବ।

ad-week
Leave A Reply

Your email address will not be published.