ବିବାଦୀୟ ହୋଟେଲ ‘ସ୍ୱାଦ’ ଜମି ମାପଚୁପ

add-all

କେନ୍ଦ୍ରାପଡା : ଭିତରକନିକା ଜାତୀୟ ଉଦ୍ୟାନ ପାଖ ସରକାରୀ ଜମିରେ ବିବାଦୀୟ ଘରୋଇ ହୋଟେଲ ଜମିର ହେଲା ମାପଚୁପ। ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଡାଙ୍ଗମାଳ ପଞ୍ଚାୟତର ବାଙ୍କୁଆଳ ଗାଁରେ ଥିବା ଏହି ଘରୋଇ ହୋଟେଲ ଜମି ମାପଚୁପ ହୋଇଛି।
ଜଙ୍ଗଲ ଜମିରେ ହୋଟେଲ୍ କରାଯାଇଥିବା ଅଭିଯୋଗ ପରେ ପଟ୍ଟାମୁଣ୍ଡାଇ ତହସିଲଦାର, ରାଜନଗର ବନ ବିଭାଗ ଓ ପୁଲିସ ସହାୟତାରେ ଆଜି ମାପଚୁପ କରାଯାଇଛି। ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ପୃଷ୍ଠପୋଷକତାରେ ଜଙ୍ଗଲ ଜମିରେ ଏହି ହୋଟେଲ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଥିଲା। ହୋଟେଲ ସହ କୋଠା ନିର୍ମାଣ ହୋଇଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଭିତରକନିକା ସୁରକ୍ଷା ସମିତି ଓ ସ୍ଥାନୀୟ ବାସିନ୍ଦା।

ad-week
Leave A Reply

Your email address will not be published.