ରାଜ୍ୟର ୪ ଜିଲ୍ଲାରେ ହେବ ଫିସିଂ ହବ୍ : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ

add-all

ଭୁବନେଶ୍ୱର: ନୟାଗଡ, ପୁରୀ, ବାଲେଶ୍ୱର ଓ ଗଞ୍ଜାମରେ ହେବ ଫିସିଂ ହବ । ଜାତୀୟ ମତ୍ସ୍ୟ ଚାଷୀ ଦିବସ ଅବସରରେ ଏହା ଘୋଷଣା କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଉତ୍ପାଦନରୁ ବିକ୍ରି ପର୍ଯ୍ୟନ୍ତ ରହିବ ସୁବିଧା। ବାଲେଶ୍ୱର ବସ୍ତାରେ ହୋଲସେଲ ମାର୍କେଟ ପାଇଁ ୭୮ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଚାଲିଛି।

ସେହିପରି ଭୁବନେଶ୍ୱରରେ ହୋଲସେଲ ମାର୍କେଟ ପାଇଁ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରାଯାଇଛି। ପ୍ରତି ଜିଲ୍ଲାରେ ରିଟେଲ ଆଉଟଲେଟର ବ୍ୟବସ୍ଥା କରାଯିବ। ଧାମରା ଓ ଚାନ୍ଦିପୁରରେ ବିକ୍ରୟ ବ୍ୟବସ୍ଥା ପାଇଁ ଅପଗ୍ରେଡେସନ କରାଯାଉଛି। ବର୍ତ୍ତମାନ ଓଡ଼ିଶା ମତ୍ସ୍ୟ ସମ୍ପଦ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ଅଛି।

ଏହାକୁ ଏକ ନମ୍ବର କରିବାକୁ ମତ୍ସ୍ୟ ଚାଷୀଙ୍କୁ ସବୁ ପ୍ରକାର ବୈଷୟିକ ସହଯୋଗ ଦିଆଯିବ। ପ୍ରତି ପଞ୍ଚାୟତରେ ମତ୍ସ୍ୟ ଚାଷ ପାଇଁ ଯୁବକମାନଙ୍କୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ଭଲ ମାଛ ଉତ୍ପାଦନ ସହ ବିକ୍ରୟ କେନ୍ଦ୍ର ଗୁଡିକୁ ସୁଦୃଢ କରାଯିବ।

ad-week
Leave A Reply

Your email address will not be published.