ମହାନଦୀରୁ ବିରଳ ‘ବୁଧିଆ’ ମାଛ ଉଦ୍ଧାର

add-all

ସମ୍ବଲପୁର: ଜାଲରେ ପଡ଼ିଲା ଏକ ବିରାଟକାୟ ମାଛ। ସମ୍ବଲପୁରର ବୁର୍ଲାରେ ମହାନଦୀରୁ ଏହି ମାଛ ଉଦ୍ଧାର ହୋଇଛି। ଯାହାର ଓଜନ ୬୦ କେଜି ହେବ ବୋଲି ଜଣାପଡିଛି।

ବୁର୍ଲା ସାଇଫନରୁ ଧରା ପଡ଼ିଥିବା ଏହି ମାଛର ନାମ ବୁଧିଆ ମାଛ ବୋଲି ସୂଚନା ମିଳିଛି। ହୀରାକୁଦ ଡ୍ୟାମ ଦକ୍ଷିଣ ପାର୍ଶ୍ଵ ତଳ ମୁଣ୍ଡରେ ମତ୍ସ୍ୟଜିବୀମାନେ ଏହି ବିଶାଳକାୟ ମାଛକୁ ଧରିଥିଲେ।

ତେବେ ଏତେ ବଡ ମାଛକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ପରେ ମାଛଟିକୁ ସମ୍ବଲପୁରର ଏକ ହୋଟେଲକୁ ବିକ୍ରୀ କରାଯାଇଥିବା ନେଇ ଜଣାପଡିଛି।

ad-week
Leave A Reply

Your email address will not be published.